ପିଆଜ କରିଥାଏ କେଶକୁ ଘନ ଏବଂ ଲମ୍ବା, ଜାଣନ୍ତୁ କିପରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ପିଆଜ କରିଥାଏ କେଶକୁ ଘନ ଏବଂ ଲମ୍ବା, ଜାଣନ୍ତୁ କିପରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲମ୍ବା ଏବଂ ଘନ କେଶ କାହାକୁ ବା ପସନ୍ଦ ନୁହେଁ । ହେଲେ ଆଜିକାଲି ଆମ ଜୀବନଶୈଳୀ ଏପରି ହୋଇଛି ଯେ, କେଶ ଝଡ଼ିବା ଏକ ସାଧାରଣ କଥାରେ ପରିଣତ ହେଲାଣି। କୌଣସି ମହିଳା ହୁଅନ୍ତୁ କି ପୁରୁଷ ସମସ୍ତଙ୍କର କେଶ ଝଡ଼ିବା ସମସ୍ୟା ରହିଛି। ଆଉ ମହିଳାମାନେ ତ କେଶ ନ ଝଡ଼ିବା ପାଇଁ କେତେ କ’ଣ ଉପାୟ ଅବଲମ୍ବନ କରିଥାନ୍ତି।  ବହୁ ମହିଳା ଘନ କେଶ ପାଇବାକୁ ପାର୍ଲର ଯାଇ ଖର୍ଚ୍ଚାନ୍ତ ହେବା ସହ ବିଭିନ୍ନ ପ୍ରକାର ଦାମିକା ସାମ୍ପୂ ମଧ୍ୟ ବ୍ୟବହାର କରିଥାନ୍ତି।

କିନ୍ତୁ ଏହାଦ୍ୱାରା କିଛି ବି ଫାଇଦା ହୋଇ ନଥାଏ। କିନ୍ତୁ ଖାଦ୍ୟକୁ ସ୍ୱାଦିଷ୍ଟ କରୁଥିବା ପିଆଜ ଆପଣଙ୍କ କେଶକୁ ଘନ ଏବଂ ସୁନ୍ଦର କରିପାରେ ବୋଲି ଆପଣ ଜାଣି ନଥିବେ। ପିଆଜରେ ସଲ୍‌ଫର ମାତ୍ରା ଅଧିକ ରହିଛି।  ଯାହା ଆମ କେଶ ପାଇଁ ବହୁ ଉପକାରୀ ହୋଇଥାଏ। ସେଥିପାଇଁ ଏହାକୁ କେଶରେ ବ୍ୟବହାର କଲେ କେଶ ସୁନ୍ଦର ଦିଶିବା ସହ ଘନ ମଧ୍ୟ ହୋଇଥାଏ।

ତେବେ ଆପଣ ପିଆଜକୁ ବ୍ୟବହାର କରି କେଶକୁ ଘନ ଏବଂ ସୁନ୍ଦର କରିପାରିବେ। ଆପଣ ଏଥିପାଇଁ କଷ୍ଟକରି ପିଆଜର ରସ ବାହାର କରି କେଶରେ ଲଗାଇବାର ଆବଶ୍ୟକତା ନାହିଁ। ଆମେ ଏଠାରେ ଏକ ସହଜ ଉପାୟ କହିବାକୁ ଯାଉଛୁ ଯାହା ଆପଣ ଅତି ସହଜରେ ଘରେ ପ୍ରସ୍ତୁତ କରି ବ୍ୟବହାର କରିପାରିବେ।

ତେବେ ୩ରୁ ୪ଟି ପିଆଜକୁ କାଟି ଦିଅନ୍ତୁ। ଏହାକୁ ଏକ ଲିଟର ପାଣିରେ ଫୁଟାନ୍ତୁ। ଫୁଟି ସାରିଲା ପରେ ତାକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ। ତା ପରେ ସେହି ପାଣିରୁ ପିଆଜକୁ କାଢ଼ି ଦିଅନ୍ତୁ। ଆପଣ କେଶ ସାମ୍ପୁ କଲା ପରେ ସେହି ପିଆଜ ପାଣିରେ ଚୁଟି ଧୁଅନ୍ତୁ।

ଯଦି ପିଆଜ ପାଣିର ବାସ୍ନା ଆପଣଙ୍କୁ ଭଲ ଲାଗୁଥାଏ ତାହାଲେ ଆପଣ ଆଉ ମୁଣ୍ଡ ନ ଧୋଇଲେ ଚଳିବ। କିନ୍ତୁ ଏହାର ପାଣି ଯଦି ଆପଣଙ୍କୁ ପସନ୍ଦ ହେଉ ନାହଁ ତାହାଲେ ଆପଣ ପିଆଜ ପାଣିରେ ମୁଣ୍ଡ ଧୋଇବାର ଘଣ୍ଟେ ପରେ ଆଉ ଥରେ ମୁଣ୍ଡ ଧୋଇ ଦିଅନ୍ତୁ। ଏହି ପରି ଆପଣ ସପ୍ତାହରେ ୨ଥର କଲେ ଆପଣଙ୍କ କେଶ ଶୀଘ୍ର ବଢ଼ିବା ସହ ଘନ ଏବଂ ସୁନ୍ଦର ଦେଖାଯିବ। ଏଥିରେ କୌଣସି ସନ୍ଦେହ ନାହିଁ।



from Odisha Reporter https://ift.tt/2TJkceh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages