କାର୍‌କୁ ଷ୍ଟାର୍ଟରେ ରଖିଥିଲେ ବୋଲି ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

କାର୍‌କୁ ଷ୍ଟାର୍ଟରେ ରଖିଥିଲେ ବୋଲି ଚାଲିଗଲା ଜୀବନ

car2

ନୀଳଗିରି(ବିଶ୍ୱମ୍ବର ଦାସ): କାର୍‌କୁ ଷ୍ଟାର୍ଟରେ ରଖିଥିଲେ ଓ ତା’ରି ସାମ୍ନାରେ ଛିଡ଼ା ହୋଇ କାହା ସହିତ ମୋବାଇଲ୍‌ରେ କଥା ହେଉଥିଲେ। ଏହି ସମୟରେ ହଠାତ୍ କାର୍‌ଟି ଗଡ଼ିବାକୁ ଆରମ୍ଭ କରିଥିଲା। ସେ କାର୍‌ଟିକୁ ଅଟକାଇବା ଚେଷ୍ଟା କରିଥିଲେ। ତେବେ କାର୍ ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କୁଲଢିହା ଅଭୟାରଣ୍ୟରେ।

ମୃତ ବ୍ୟକ୍ତିଙ୍କ ନାଁ ଜୟ ବାନାର୍ଜୀ। ତାଙ୍କ ଘର କୋଲକାତାର ପଦ୍ମଶ୍ରୀପଲ୍ଲୀ ଅଞ୍ଚଳରେ।

ଗତକାଲି ଜୟ ଓ ତାଙ୍କ ସ୍ତ୍ରୀ ଋଷିଆ ପ୍ରାକୃତିକ ନିବାସକୁ ବୁଲିବାକୁ ଆସିଥିଲେ। ହେଲେ ସେଠାରେ ମୋବାଇଲ୍‌ରେ ନେଟ୍‌ୱାର୍କ ସମସ୍ୟା ଦେଖାଯିବାରୁ ସେମାନେ ବାଲିଆନାଳ ଗେଟ୍‌ ପାଖକୁ ବୁଲିବା ପାଇଁ ଚାଲି ଆସିଥିଲେ। ଏହି ସମୟରେ ଜୟ କାର୍‌କୁ ଷ୍ଟାର୍ଟରେ ରଖି ବାହାରକୁ ଆସିଥିଲେ ଏବଂ କାର ସାମ୍ନାରେ ଛିଡ଼ା ହୋଇ ମୋବାଇଲ୍‌ରେ କାହା ସହିତ କଥା ହେଉଥିଲେ।  ତାଙ୍କ ସ୍ତ୍ରୀ କାର ଭିତରେ ବସିଥିଲେ। ତେବେ ଭୁଲ୍‌ବଶତଃ ତାଙ୍କ ସ୍ତ୍ରୀଙ୍କ ହାତ କାର୍‌ର ଗିୟରରେ ପଡ଼ି ଯାଇଥିଲା। ଫଳରେ କାର୍‌ଟି ଆଗକୁ ଗଡ଼ିଯିବା ସହିତ ଜୟଙ୍କ ଉପରେ ମାଡ଼ି ଯାଇଥିଲା। ଏହା ପରେ କାର୍‌ଟି ଓଲଟି ପଡ଼ିଥିଲା।

ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଜୟ ଓ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ଜୟଙ୍କର ମୃତ୍ୟୁ ହୋଇସାରିଥିଲା।



from Odisha Reporter https://ift.tt/2ut2pZy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages