ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍

trian1

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରେଳବାଇ ଲାଇନ୍‌ ମ୍ୟାନ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍। ଆଜି ସକାଳେ ଏହି ଘଟଣା ଘଟିଛି।

ରାଉରକେଲା ବନ୍ଧମୁଣ୍ଡା ଡିଜେଲ୍ କଲୋନୀ ନିକଟରେ ରେଳ ଲାଇନ୍‌ରେ ଫାଟ ଥିବାନେଇ ଲାଇନ୍ ମ୍ୟାନ୍ ରାମ ଆଶ୍ରୟ ଦାସ ପ୍ରଥମେ ଦେଖିଥିଲେ। ଏହାପରେ ସେ ଲାଲ୍‌ ପତାକା ଧରି ରେଳ ଲାଇନ୍‌ ଉପରକୁ ଚାଲି ଆସି ଉକ୍ତ ଟ୍ରାକ୍‌ରେ ଆସୁଥିବା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍‌କୁ ଅଟକାଇ ଥିଲେ। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା।

ଏହା ପରେ କିଛି ସମୟ ପର୍ଯ୍ୟନ୍ତ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଥିଲା। ରେଳବାଇ କର୍ମଚାରୀ ଓ ବୈଷୟିକ ଟିମ୍ ପହଞ୍ଚି ରେଳ ଲାଇନ୍ ମରାମତି ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା।

 



from Odisha Reporter https://ift.tt/2FofFE3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages