
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ପୁଣି ଲୁଟ୍। ଏଥର ଟାର୍ଗେଟ୍ରେ ଛାତ୍ରୀ। ଶନିବାର ଦିନ ପ୍ରାୟ ୧୨ଟା। ଭିଏସ୍ଏସ୍ ନଗର ସ୍ଥିତ ନିଜ ଲେଡିଜ୍ ହଷ୍ଟେଲ ବାହାରେ ଛିଡ଼ା ହୋଇଥିଲେ ବାଣୀବିହାରର ଜଣେ ଛାତ୍ରୀ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଛାତ୍ରୀଙ୍କ ଚେନ୍ ଲୁଟ୍ ଉଦ୍ୟମ କରିଥିଲେ।
ତେବେ ଛାତ୍ରୀ ଜଣକ ଏହାକୁ ବିରୋଧ କରିବା ପରେ ଶେଷରେ ସେ ଧରିଥିବା ଦାମି ଫୋନ୍କୁ ଲୁଟେରାମାନେ ନେଇଯାଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ପାଖରେ ଥିବା ସହପାଠୀ ଲୁଟେରାଙ୍କ ପିଛା କରିବା ପରେ ଲୁଟେରାଙ୍କ ଗାଡ଼ି ଅନ୍ୟ ଏକ ଗାଡ଼ି ସହ ଧକ୍କା ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରୁ ଲୁଟେରାମାନେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ସେପଟେ ଦିନ ଦ୍ୱିପହରେ ଲୁଟ୍କୁ ନେଇ ଛାତ୍ରୀ ଜଣଙ୍କ କ୍ଷୋଭ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ପୁଲିସ୍ର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ଯେଉଁ ଅଞ୍ଚଳରେ ଲୁଟ୍ ହୋଇଛି ସେଠାରେ ସିସିଟିଭି ଥିବାରୁ ଯାଞ୍ଚ କରି ଲୁଟେରାଙ୍କୁ ଧରିବାକୁ ଛାତ୍ରୀ ଜଣଙ୍କ ଦାବୀ କରିଛନ୍ତି।
କିଛି ଦିନ ତଳେ ଗୋଟିଏ ଦିନରେ ରାଜଧାନୀରେ ୬ଟି ସିରିଜ୍ ଲୁଟ୍ ହୋଇଥିଲା। ମର୍ଣ୍ଣଂଓ୍ୱାକ୍କୁ ଯାଉଥିବା ସମୟରେ ଲୁଟେରାଙ୍କ ଶିକାର ହେଉଥିଲେ ମହିଳା। ସୂଚନା ଅନୁସାରେ ନିକଟରେ ଚନ୍ଦ୍ରଶେଖରପୁର ଥାନା ଅଧୀନରେ ୪ଟି ଲୁଟ୍ ହୋଇଥିବାବେଳେ, ଚନ୍ଦକା ଥାନା ଅଧିନରେ ଗୋଟିଏ ,ଜୟଦେବ ବିହାର ଅଞ୍ଚଳରେ ଗୋଟିଏ ଲୁଟ୍ ହୋଇଥିଲା। ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ୍ ୩ଜଣଙ୍କୁ ଅଟକ ରଖିଥିବାବେଳେ, ଲୁଟ୍ ସଂପର୍କରେ କୌଣସି ସୁରାକ୍ ପାଇନି। ସେପଟେ ବାରମ୍ବାର ଲୁଟ୍କୁ ନେଇ ରାଜଧାନୀରେ ୱକିଂ ଟାଇମିଂରେ ପରିବର୍ତ୍ତନ କରାଯାଇଛି। ପିସିଆର ଭ୍ୟାନ୍କୁ ବନ୍ଧୁକ ଦିଆଯାଇଛି ବୋଲି କମିଶନେରେଟ୍ ପୁଲିସ କହିଛନ୍ତି।
ତେବେ କେବେ ଧରାପଡିବେ ଲୁଟେରା ? ପୁଲିସ ଓ ଲୁଟେରାଙ୍କ ଲୁଚକାଳି ଖେଳରେ କେବେ ଲାଗିବ ବ୍ରେକ୍ ? ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
from Odisha Reporter https://ift.tt/2CxGGEm
No comments:
Post a Comment