ସେନାବାହିନୀକୁ ୨୦ କୋଟି ଦେଲା ବିସିସିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ସେନାବାହିନୀକୁ ୨୦ କୋଟି ଦେଲା ବିସିସିଆଇ

ନୂଆଦିଲ୍ଲୀ: ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଇପିଏଲ୍‌ର ୧୨ତମ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବ ପାଇଁ ଖର୍ଚ୍ଚ କରାଯିବାକୁ ଥିବା ଅର୍ଥକୁ ବିସିସିଆଇ ପକ୍ଷରୁ ଆଜି ସେନା ବାହିନୀକୁ ଦିଆଯାଇଛି।

ପୁଲୱାମା ଆତଙ୍କୀ ହମ୍‌ଲା ପରେ ସେନା କଲ୍ୟାଣ ପାଣ୍ଠିକୁ ଏହି ଅର୍ଥ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ଆଜି ମ୍ୟାଚ୍‌ ପକ୍ଷରୁ ଅର୍ଥ ସେନା ବାହିନୀକୁ ଦିଆଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି।

ଆଇପିଏଲ୍‌ ଉଦ୍‌ଘାଟନୀ ଉତ୍ସବ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ଚଳିତ ବର୍ଷ ପୁଲୱାମା ହମ୍‌ଲାକୁ ଦୃଷ୍ଟିରେ ରଖି କୌଣସି ଉଦ୍‌ଘାଟନୀ ଉତ୍ସବ ହୋଇନାହିଁ। ଏହି ୧୫ କୋଟି ଅର୍ଥ ସହ ବିସିସିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସିଓଏ ସୁପାରିସ୍‌ ଆଧାରରେ ଆଉ ୫ କୋଟି ଟଙ୍କା ମିଶାଇଥିଲା। ଏହି ୨୦ କୋଟି ଟଙ୍କାକୁ ଆଜି ସେନା ବାହିନୀର ବିଭିନ୍ନ ବିଭାଗକୁ ଦିଆଯାଇଛି।

ଆର୍ମିକୁ ୧୧ କୋଟି ଟଙ୍କା ଦିଆଯାଇଥିବା ବେଳେ ସିଆରପିଏଫ୍‌କୁ ୭ କୋଟି ଟଙ୍କା, ବାୟୁ ସେନା ଓ ନୌସେନାକୁ ୧ କୋଟି ଟଙ୍କା ଲେଖାଏ ଦିଆଯାଇଛି। ସେନାକୁ ସମ୍ମାନ ଜଣାଇ ବିସିସିଆଇ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି।



from Odisha Reporter https://ift.tt/2USWeJY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages