ପୁଲୱାମାରେ ୪ ଆତଙ୍କବାଦୀ ନିପାତ, ୩ ସୁରକ୍ଷାକର୍ମୀ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ପୁଲୱାମାରେ ୪ ଆତଙ୍କବାଦୀ ନିପାତ, ୩ ସୁରକ୍ଷାକର୍ମୀ ଆହତ

ଶ୍ରୀନଗର: ଜମ୍ମୁ କଶ୍ନୀରର ପୁଲୱାମା ଜିଲ୍ଲାରେ ସୋମବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୩ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ନିହତ ଆତଙ୍କବାଦୀ ଲଶ୍କର-ଏ-ତୈଇବାର ବୋଲି ଜଣାପଡ଼ିଛି।ସୂଚନାଯୋଗ୍ଯ ପୁଲୱାମାର ଲସ୍ସିପୋରରେ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀ ସୂଚନା ପାଇଥିଲେ ଏହାପରେ ସଂପୃକ୍ତ ଅଞ୍ଚଳକୁ ଘେରିଯାଇ ସୁରକ୍ଷାକର୍ମୀ ଏନକାଉଣ୍ଟର ଆରମ୍ଭ କରିଥିଲେ।

ଏନକାଉଣ୍ଟରରେ ମୃତ ୪ ଆତଙ୍କବାଦୀଙ୍କ ପାଖରୁ ସୁରକ୍ଷାକର୍ମୀ ଦୁଇଟି ରାଇଫଲ, ଗୋଟିଏ ଏସଏଲଆର ଏବଂ ଗୋଟିଏ ପିସ୍ତଲ ଜବତ କରିଛି। ସୁରକ୍ଷାକର୍ମୀ ଲସ୍ସିପୋରାରର ସମସ୍ତ ଅଞଳକୁ ଘେରିଯାଇ ସର୍ଚ୍ଚ ଅପରେସନ କରୁଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିଚୟ ମିଳିନଥିବାବେଳେ ତାଙ୍କର ଉଦ୍ଦେଶ୍ଯ କଣ ଥିଲା ଇତ୍ଯାଦି ଜାଣିବାକୁ ସୁରକ୍ଷାକର୍ମୀ ତଦନ୍ତ ଚଳାଇଥବା ସୂଚନା ରହିଛି।

ସେପଟେ ଲଗାତର ଚାରି ଦିନ ପାକିସ୍ତାନ ସେନା ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଆଜି ସକାଳେ ପୁଞ୍ଚ ଜିଲ୍ଲାର ଶାହପୁର ଏବଂ କେରନିରେ ସକାଳ ୭ଟା ୪୫ ସମୟରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଛୋଟ ଛୋଟ ମୋଟର ମାଡ଼ କରିବା ସହିତ ଗୁଳି ମାଡ଼ କରୁଥିବା ଜଣାପଡ଼ିଛି।

ଗତକାଲି ମଧ୍ଯ ରାଜୌରୀ ଜିଲ୍ଲାର ନୌଶେରା ସେକ୍ଟର ଓ ନିକଟବର୍ତ୍ତୀ ଗାଁକୁ ପାକିସ୍ତାନ ସେନା ମୋଟର ମାଡ଼ କରିଥିଲେ। ଲଗାତର ୩ ଦିନ ହେବ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି। ତେବେ ପାକିସ୍ତାନର ଏହି ଅସ୍ତ୍ରବିରତି ଉଲ୍ଲଂଘନରେ କୌଣସି କ୍ଷତି ହୋଇନଥିବା ଭାରତୀୟ ସେନା ସୂଚନା ଦେଇଛି। ତେବେ ଶନିବାର ଦିନ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଦ୍ବାରା ଜଣେ ସାଧାରଣ ନାଗରିକ ଆହତ ହୋଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2I2XczJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages