ବିଗ୍‌ ବଜାରରେ ଅଗ୍ନିକାଣ୍ଡ; ଜଳିଗଲା ଡ୍ୟାନ୍ସ ବାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ବିଗ୍‌ ବଜାରରେ ଅଗ୍ନିକାଣ୍ଡ; ଜଳିଗଲା ଡ୍ୟାନ୍ସ ବାର୍‌

fire1

କଟକ(ଓଡ଼ିଶା ରିପୋର୍ଟର): କଟକ ଦରଘା ବଜାରରେ ଥିବା ବିଗ୍‌ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବିଗ୍‌ ବଜାରର ଚତୁର୍ଥ ମହଲାରେ ଥିବା ଏକ ଡ୍ୟାନ୍ସ ବାର୍‌ରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା। ୩ଟି ଦମକଳ ଗାଡ଼ି ପ୍ରାୟ ୫ଘଣ୍ଟା ଧରି ପରିଶ୍ରମ କଲା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।

ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଏସିରୁ ସର୍ଟ ସର୍କିଟ ହୋଇ କିମ୍ବା ସିଗାରେଟ୍‌ରୁ ଏହି ନିଆଁ ଲାଗଥିବା ଅନୁମାନ କରାଯାଉଛି।

bigbazarନିଆଁ ଲାଗିବା ପରେ ବିଲ୍ଡିଂରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ସେଥିପାଇଁ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀକୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଧୂଆଁ ନିଷ୍କାସନ ପାଇଁ ଅଗ୍ନିଶମ ବାହିନୀ ନାକେଦମ୍‌ ହୋଇଯାଇଥିଲା। ଏଥିପାଇଁ ବାର୍‌ ଭିତରେ ଥିବା କବାଟ ଓ ଝରକା ଭାଙ୍ଗିବାକୁ ପଡ଼ିଥିଲା। ଅଗ୍ନିକାଣ୍ଡରେ ଡ୍ୟାନ୍ସ ବାର୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଛି।

ଏହି ଅଗ୍ନିକାଣ୍ଡ ବେଳେ ବିଗ୍‌ ବଜାର କୋଠାରେ କେହି ଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଏଥିସହ ସେଠାରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟ କରୁଥିଲା କି ନାହିଁ, ତାହା ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି।



from Odisha Reporter https://ift.tt/2uAbO1G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages