ଗୋଆରେ ସରକାର କରିବାକୁ ଦାବି କଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ଗୋଆରେ ସରକାର କରିବାକୁ ଦାବି କଲା କଂଗ୍ରେସ

ପାଣାଜୀ: ଗୋଆର ଜଣେ ବିଜେପି ବିଧାୟକଙ୍କ ମୃତ୍ୟୁ ପରେ କ୍ଷମତା ଦଖଲ କରିବାକୁ ମନ ବଳାଇଛି କଂଗ୍ରେସ। ସରକାର ଗଠନ ଦାବି ନେଇ ରାତଜ୍ୟପାଳ ମୃଦଳା ସିହ୍ନାଙ୍କୁ ଚିଠି ଲେଖି ଦାବି କରିଛି ଗୋଆ କଂଗ୍ରେସ।

ଗୋଆର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଫ୍ରାନ୍‌ସିସ୍‌ ଡି’ ସୌଜା ଗତ ଫେବୃଆରୀ ମାସରେ ମୃତ୍ୟୁବରଣ କରିଥିଲେ। ଆମେରିକାରେ କର୍କଟ ରୋଗ ଜନିତ ଅସ୍ତ୍ରୋପଚାର ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲେ।

୨୦୧୭ ମସିହା ବିଧାନସଭା ନିର୍ବାଚନରେ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନରେ ବିଜେପି ୧୩ଟି ଆସନ ଜିତିଥିବା ବେଳେ କଂଗ୍ରେସ ୧୭ ଓ ଅନ୍ୟମାନେ ୧୦ଟି ଜିତିଥିଲେ। ୧୭ ଜଣ ବିଧାୟକଙ୍କ ସହିତ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା କଂଗ୍ରେସ। କିନ୍ତୁ ଅନ୍ୟ ଦଳଙ୍କ ସହାୟତାରେ ବିଜେପି ସରକାର କରିଥିଲା ଏବଂ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ।

ତେବେ ଏହି ସମୟରେ ସରକାର ପାଇଁ ଦାବି କରିବା ପଛରେ ଗୋଟିଏ କାରଣ ଆଗାମୀ ଲୋକସଭା ନିର୍ବାଚନ। କାରଣ ଏହି ମୌକାରେ ଯଦି କଂଗ୍ରେସ ସରକାର ଗଠନ କରିବାକୁ ସମର୍ଥ ହୁଏ ଏହା କଂଗ୍ରେସକୁ ଦବ୍‌ଦବା ପ୍ରଦର୍ଶନ ପାଇଁ ବେଶ୍‌ ସହାୟକ ହେବ। ଅନ୍ୟପକ୍ଷରେ ପାନ୍‌କ୍ରିଆଟିକ୍‌ ସମସ୍ୟା ଭୋଗୁଥିବା ମୁଖ୍ୟମନ୍ତ୍ରୀ ମନୋହର ପାରିକର ଜୀବନ ପାଇଁ ଲଢ଼ିବା ସ୍ଥିତିର ଅସୁସ୍ଥତା ସତ୍ତ୍ୱେ ମଧ୍ୟ ସକ୍ରିୟ ହୋଇ କାମ କରୁଛନ୍ତି। କିନ୍ତୁ ଜଣେ ଅସୁସ୍ଥ ମୁଖ୍ୟମନ୍ତ୍ରୀ କିଭଳି ରାଜ୍ୟର ଦାୟିତ୍ୱ ତୁଲାଇପାରିବେ ବୋଲି କଂଗ୍ରେସ ଅଭିଯୋଗ କରି ଆସୁଛି।



from Odisha Reporter https://ift.tt/2O75B6k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages