କାହା ଭାଗରେ ଭୋଗରାଇ: ଏଥର ପୁଅକୁ ଛଡ଼ିବେ ନା ନିଜେ ଲଢିବେ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

କାହା ଭାଗରେ ଭୋଗରାଇ: ଏଥର ପୁଅକୁ ଛଡ଼ିବେ ନା ନିଜେ ଲଢିବେ ?

ବାଲେଶ୍ୱର ଜିଲ୍ଲାର ସବୁଠାରୁ ଅଧିକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ହେଉଛି ଭୋଗରାଇ।  ଓଡ଼ିଶା ସୀମାନ୍ତରେ ଅବସ୍ଥିତ ଭୋଗରାଇ ଜିଲ୍ଲାର ସବୁଠାରୁ ବଡ ନିର୍ବାଚନ ମଣ୍ଡଳୀ। ପାନ,ଧାନ ଓ ମୀନ ପାଇଁ ପ୍ରସିଦ୍ଧ ଭୋଗରାଇ ଶିକ୍ଷିତ ନିର୍ବାଚନ ମଣ୍ଡଳୀ ଭାବେ ମଧ୍ୟ ଜଣାଶୁଣା । ଗୋଟିଏ ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ ଆଜିକୁ ୧୮ ବର୍ଷଧରି ବିଜେଡି କବ୍‌ଜାରେ ରହିଛି । ତା ପୂର୍ବରୁ ୧୦ ବର୍ଷ ଧରି ଜନତା ଦଳ କବଜାରେ ଥିଲା ।

ଭୋଗରାଇ ବ୍ଲକର ୫୦ ଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ଭୋଗରାଇ ନିର୍ବାଚନ ମଣ୍ଡଳୀ । ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଡାକ୍ତର ଚାକିରୀ ଛାଡି ଜନତା ଦଳରେ ମିଶି ଡା. କମଳା ଦାସ ପ୍ରଥମେ ୧୯୯୦ରେ ଭୋଗରାଇ ବିଧାନସଭା ଆସନରୁ ଜିତିଥିଲେ। ୧୯୯୫ରେ ଦ୍ୱିତୀୟ ଥର ପାଇଁ ଏହି  ଆସନରୁ ଜିତିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପଦ ପାଇଥିଲେ।  ୨୦୦୦ରେ ପ୍ରଶାସକ ଚାକିରୀରୁ ଅବସର ନେବାପରେ ଅନନ୍ତ ଦାସ ବିଜୁ ଜନତା ଦଳରେ ମିଶି ନିର୍ବଚନ ଲଢିଥିଲେ। ୨୦୦୦ରୁ ଆଜି ପର୍ଯ୍ୟନ୍ତ ସେ  କ୍ରମାଗତଭାବେ ନିର୍ବାଚିତ ହୋଇ ଆସୁଛନ୍ତି।

୨୦୧୪ରେ ମୁଖ୍ୟତଃ ଲଢେଇ ହୋଇଥିଲା ବିଜେଡି ଓ କଂଗ୍ରେସ ମଧ୍ୟରେ। ଏହି ନିର୍ବାଚନ ମଣ୍ଡଳୀ ପୂର୍ବରୁ କଂଗ୍ରେସର ଗଡ଼ ହୋଇ ରହିଥିବା ବେଳେ ୧୯୯୦ରୁ ଏଠାରେ ଅଣ କଂଗ୍ରେସ ରାଜୁତି ଚାଲି ଆସୁଛି । ୧୯୯୦ରୁ ୨୦୦୦ ଜନତା ଦଳ ଏହି ଆସନକୁ ହାତେଇଥିବା ବେଳ ୨୦୦୦ ମସିହାରୁ ବିଜେଡି କବ୍‌ଜାରେ ରହିଛି। ଅନନ୍ତ ଦାସ ଏଠାରୁ ତିନିଥର ବିଧାୟକ ହେବାପରେ ବର୍ତ୍ତମାନ ଉଚ୍ଚ ଶିକ୍ଷା ଓ ଶିଳ୍ପ ବିଭାଗ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ମନ୍ତ୍ରୀ ହେବାର ସୁଯୋଗ ପାଇଲେ।  ତେବେ ଅନନ୍ତଙ୍କ ସମୟରେ ଭୋଗରାଇ ନିର୍ବାଚନ ମଣ୍ଡଳୀରେ କେବଳ ରାସ୍ତାଘାଟକୁ ଛାଡିଦେଲେ ସେଭଳି ଆଖିଦୃଶିଆ ବିକାଶ ହୋଇନଥିବା ଭୋଟର କହନ୍ତି ।  ୨୦୦୬ ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ କୀର୍ତ୍ତନିଆ ବନ୍ଦର, ସୁବର୍ଣ୍ଣରେଖା ସଂସ୍କାର ଯୋଜନା ଓ ଦୀଘା-ଜଳେଶ୍ୱର ରେଳପଥର ପ୍ରଶସ୍ତୀକରଣ କରିବାରେ ଅନନ୍ତ ବିଫଳ ହୋଇଛନ୍ତି ବୋଲି ଭୋଟରଙ୍କ ଅଭିଯୋଗ।

ବିଜେଡି: ଜିଲ୍ଲାର ଜଣେ ଟାଣୁଆ ବିଜେଡି ନେତା ଭାବେ ଜଣାଶୁଣା ଅନନ୍ତଙ୍କର ପ୍ରଶାସନ ଉପରେ ଯେତିକି ଦଖଲ ରହିଛି ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡିର ସଂଗଠନକୁ ମଜବୁତ କରିବାରେ ମଧ୍ୟ ସେ ସେତିକି ଚେଷ୍ଟା ଜାରି ରଖିଛନ୍ତି । ତେବେ ଏହି ଆସନରୁ ଏବେ କାହାକୁ ଟିକେଟ ମିଳିବ ତାହା ସନ୍ଦେହରେ। ବାର୍ଦ୍ଧକ୍ୟ ଯୋଗୁ ଏଥର ଅନନ୍ତ ଏଥର ନିଜେ ନ ଲଢି ନିଜ ପୁଅକୁ ଟାର୍ଗେଟ୍ କରୁଥିବା କହୁଯାଉଛି। ଅନ୍ୟପକ୍ଷେ ବିଜେଡିର ନୂଆ ମୁହଁ ଭାବେ ବରିଷ୍ଠ ସାମ୍ବାଦିକ ଗୌତମ ବୁଦ୍ଧ ଦାସ ଏଥର ଭୋଗରାଇରୁ ବିଜେଡି ଟିକେଟରୁ ଲଢିବେ ବୋଲି ମଧ୍ୟ ଚର୍ଚ୍ଚା ହେଲାଣି। ସେ ଜଣେ ଯୁବକ ଓ ଲଢୁଆ ମନୋବୃତ୍ତିର ହୋଇଥିବାରୁ ତାଙ୍କ ନାଁ ସବୁଟାରୁ ଆଗରେ ଥିବା ଅଲୋଚନା ହେଉଛି।

କଂଗ୍ରେସ: ସେହିଭଳି କଂଗ୍ରେସ ମଧ୍ୟ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି ଭୋଗରାଇ ନିର୍ବାଚନ ମଣ୍ଡଳୀରେ। ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସ ୫୭ ହଜାରରୁ ଅଧ‍କ ଭୋଟ ପାଇଥିଲେ। ମାତ୍ର ୧୦ ହଜାର ଭୋଟ ବ୍ୟବଧାନରେ ସେ ବିଜେଡିଠାରୁ ହାରିଥିଲେ। ଏଥର ମଧ୍ୟ କଂଗ୍ରେସରୁ ସତ୍ୟଶିବଙ୍କ ଟିକେଟ୍ ଏକ ପ୍ରକାର ନିଶ୍ଚିତ। ତୃଣମୂଳ ସ୍ତରରେ ସେ ମଧ୍ୟ ସଂଗଠନକୁ ମଜବୁତ କରିବାରେ ଲାଗି ପଡ଼ିଛନ୍ତି । କୃଷି, ଶିଳ୍ପ, ପର୍ଯ୍ୟଟନରେ ଥିବା ସମସ୍ୟା ଏବଂ ସରକାରୀ ବିଫଳତାକୁ ଆୟୁଧ କରି ସେ ଏଥର ନିର୍ବାଚନ ଯୁଦ୍ଧକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି।

ବିଜେପି: ୨୦୧୪ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲା ବିଜେପି।  ବିଜେପି ଆଜି ପର୍ଯ୍ୟନ୍ତ ଉତ୍ତର ବାଲେଶ୍ୱରରେ ନିଜର ଦୁର୍ବଳ ସଂଗଠନକୁ ମଜବୁତ କରିପାରିନି।  ଯାହା ଫଳରେ ଆଇ.ଏ.ଏସ. ଚାକିରୀରୁ ଅବସର ନେଇଥିବା ଜଣେ ନିର୍ବିବାଦୀୟ ବ୍ୟକ୍ତି ପରେଶ ଚନ୍ଦ୍ର ନାୟକଙ୍କୁ ଭୋଗରାଇରୁ ପ୍ରାର୍ଥୀ କରିଥିଲା । ହେଲେ ଦୁର୍ବଳ ସଂଗଠନ ଯୋଗୁ ସେ ପାଇଥିଲେ ମାତ୍ର ୧୪ ହଜାର ଭୋଟ। ଏଥର କିନ୍ତୁ ବିଜେପି ନିଜର ସଂଗଠନକୁ ମଜବୁତ କରିପାରିଛି। ଶିକ୍ଷା, ସ୍ୱାସ୍ଥ୍ୟ, ବନ୍ଦର ଓ ସୀମା ବିଦାଦ ତୁଟାଇବାରେ ବିଜେଡି ସରକାରର ବିଫଳତାକୁ ପ୍ରସଙ୍ଗ କରି  ଯୁଦ୍ଧକୁ ଓହ୍ଲାଇବ ବୋଲି ପ୍ରସ୍ତୁତ ହେଉଛି। ଗତ ନିର୍ବଚନରେ ହାରିଥିବା ଅବସରପ୍ରାପ୍ତ ଆଇ.ଏ.ଏସ. ଅଧିକାରୀ ପରେଶ ଚନ୍ଦ୍ର ନାୟକ

ଟିକଟ ଲବିରେ ଥିବା ବେଳେ ଅଂଶୁମାନ ନାୟକ ନାମକ ଜଣେ ଦଳୀୟ କର୍ମୀଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି। ଟିକଟ ଯାହାକୁ ବି ମିଳୁନା କାହିଁକି, ଏଥର ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ  ଦେଖିବାକୁ ମିଳିବ ।



from Odisha Reporter https://ift.tt/2JiiZFR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages