
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତବର୍ଷ ଅପହରଣ ହୋଇଥିବା ଜଣେ ଝିଅଙ୍କୁ ଏକ ମ୍ୟାଟ୍ରିକ ପରୀକ୍ଷା କେନ୍ଦ୍ରରୁ ଉଦ୍ଧାର କରାଯାଇଛି। ନାବାଳିକା ଜଣକ ପରୀକ୍ଷା କେନ୍ଦ୍ରରୁ ବାହାରୁଥିବା ବେଳେ ପୁରୀ ଟାଉନ ଥାନା ପୁଲିସ ନାବାଳିକା ଝିଅଙ୍କୁ ଉଦ୍ଧାର କରି ତାଙ୍କର ବୟାନ ରେକର୍ଡ଼ କରିଛି।
୨୦୧୮ ମାର୍ଚ୍ଚ ମାସରେ ସମ୍ପୃକ୍ତ ଝିଅଙ୍କୁ ପେଣ୍ଠକଟା ଅଞ୍ଚଳର ଜଣେ ଯୁବକ ଓ ତାଙ୍କ ପରିବାର ଅପହରଣ କରିନେଇଥିଲେ। ଏନେଇ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ହେଲେ ଝିଅର ପତ୍ତା ପାଉନଥିଲା। ତେବେ ଚଳିତବର୍ଷ ଝିଅଟି ପୁରୀ ଜିଲ୍ଲା ସ୍କୁଲରେ ମ୍ୟାଟ୍ରିକ ପରୀକ୍ଷା ଦେଉଥିବା ପୁଲିସ ଜାଣିବାକୁ ପାଇଥିଲା। ଝିଅକୁ ଉଦ୍ଧାର କରିବା ପାଇଁ ପରୀକ୍ଷା ସରିବା ପର୍ଯ୍ୟନ୍ତ ପୁଲିସକୁ ଅପେକ୍ଷା କରିବାକୁ ପଡ଼ିଥିଲା।
ଆଜି ସାଢ଼େ ୧୨ଟାରେ ମ୍ୟାଟ୍ରିକ୍ ପରୀକ୍ଷା ସରିଥିଲା। ଝିଅଟି ପରୀକ୍ଷା କେନ୍ଦ୍ରରୁ ବାହାରୁଥିବା ସମୟରେ ସ୍କୁଲ ଆଗରେ ସାଦା ପୋଷାକରେ ଉପସ୍ଥିତ ଥିବା ଟାଉନ ଥାନା ପୁଲିସ ଛାତ୍ରୀଙ୍କୁ ଉଠାଇ ନେଇଯାଇଥିଲେ।
from Odisha Reporter https://ift.tt/2C60Uon
No comments:
Post a Comment