
ନୂଆଦିଲ୍ଲୀ: ୨୦୧୯ ମସିହା ପାଇଁ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଇଥିବା ପଦ୍ମ ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ସୋମବାର ରାଷ୍ଟ୍ରପତି ଭବନଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ଦିଆଯିବ।
ଗତ ଜାନୁଆରୀ ୨୬ ତାରିଖରେ ୧୧୨ ଜଣଙ୍କ ନାମ ଘୋଷଣା କରାଯାଇଥିଲା। ପ୍ରଥମ ଭାଗରେ ମାର୍ଚ୍ଚ ୧୧ ତାରିଖରେ ୫୬ ଜଣଙ୍କୁ ସମ୍ମାନିତ କରାଯିବ ଏବଂ ଦ୍ୱିତୀୟ ଭାଗରେ ମାର୍ଚ୍ଚ ୧୬ ତାରିଖରେ ଆଉ ୫୬ ଜଣଙ୍କୁ ସମ୍ମାନିତ କରାଯିବ।
ପଦ୍ମ ପୁରସ୍କାର ପାଇଁ ମନୋନୀତ ୧୧୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ୯୪ ଜଣ ପଦ୍ମଶ୍ରୀ, ୧୪ ଜଣ ପଦ୍ମ ଭୂଷଣ ଏବଂ ୪ ଜଣ ପଦ୍ମ ବିଭୂଷଣ ପାଇବେ। ସେମାନଙ୍କ ମଧ୍ୟରେ ୨୧ ଜଣ ମହିଳା, ୧୧ ଜଣ ବିଦେଶୀ ଏବଂ ଜଣେ ପ୍ରବାସୀ ଅନ୍ତର୍ଭୁକ୍ତ ଅଛନ୍ତି।
from Odisha Reporter https://ift.tt/2C9xAxi
No comments:
Post a Comment