ବିହାରରେ ନିର୍ବାଚନ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ନାଲିଆଖି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ବିହାରରେ ନିର୍ବାଚନ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ନାଲିଆଖି

ପାଟଣା: ଲୋକସଭା ନିର୍ବାଚନ ପାଇଁ ବିହାର ବକ୍ସରରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ନିର୍ବାଚନ ଅଧିକାରୀ କେନ୍ଦ୍ରମନ୍ତ୍ରୀଙ୍କୁ ଏ ବାବଦରେ ଅବଗତ କରାଇବାରୁ ସେ ଖୋଲାଖୋଲି ଧମକ ଦେବା ସହିତ ଜେଲ ପଠାଇବାକୁ ଆହ୍ବାନ କରିଛନ୍ତି।
ତେବେ ମନ୍ତ୍ରୀଙ୍କ ରାଲିରେ ସାମିଲ ଥିବା ୪୦ରୁ ଅଧିକ ବାଇକ ରହିବ ନାହିଁ ବୋଲି ନିର୍ବାଚନ ଅଧିକାରୀ କେକେ ଉପାଧ୍ୟାୟ ନିର୍ଦ୍ଦେଶ ଦେବା ପରେ ସେ ଜୋର ଜବରଦସ୍ତି ସମସ୍ତ ବାଇକ ମୋର କହି ନେଇଯାଇଥିବା ଜଣାପଡ଼ିଛି। ତେବେ ଏ ବାବଦରେ ଆବଶ୍ୟକ କାର୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ।

ସୂଚନାଯୋଗ୍ୟ ଶନିବାର ଦିନ ବକ୍ସର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ ଏକ ରାଲି କରୁଥିଲେ ଯାହାକି ବିନା ଅନୁମତିରେ ହୋଇଥିବା ଜଣାପଡ଼ିଛି। ପ୍ରଚାର ପାଇଁ ସମୟ ସରିଯାଇଥିବାବେଳେ ରାଲିରେ ସାମିଲ ଥିବା ବାଇକ ପାଇଁ ମଧ୍ୟ ଆବଶ୍ୟକ ଅନୁମତି ନିଆଯାଇନଥିଲା। ଏହାପରେ ସବ ଡ଼ିଭିଜନାଲ ମାଜିଷ୍ଟ୍ରେଟ ତଥା ନିର୍ବାଚନ ଅଧିକାରୀ କେକେ ଉପାଧ୍ୟାୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ବେଳେ ଅଟକାଇଥିଲେ।
ଏହାପରେ କେନ୍ଦ୍ରମନ୍ତ୍ରୀ ଜଣଙ୍କ ନିର୍ବାଚନ ଅଧିକାରୀ ଜଣଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ତେବେ ନିର୍ବାଚନ ଅଧିକାରୀ ଏ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ଅଶ୍ବିନୀ କୁମାର ଚୌବେ କେନ୍ଦ୍ର ସରକାରରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଛନ୍ତି। ସେ ବିଜେପିରୁ ବକ୍ସର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।


from Odisha Reporter https://ift.tt/2I3jzVF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages