ମନ୍ତ୍ରି ପରିଷଦ ବୈଠକର ସିଧା ପ୍ରସାରଣ: ବିଜ୍ଞାପନ ନା ପେଡ୍ ନ୍ୟୁଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ମନ୍ତ୍ରି ପରିଷଦ ବୈଠକର ସିଧା ପ୍ରସାରଣ: ବିଜ୍ଞାପନ ନା ପେଡ୍ ନ୍ୟୁଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ୪ର୍ଥ ପାଳି ସରକାରର ଶେଷ ମନ୍ତ୍ରିପରିଷଦ ବୈଠକ କରିଛନ୍ତି। ଏହି ବୈଠକରେ ବିଜେଡି ସରକାର ନିଜର ୫ବର୍ଷର ସଫଳତାକୁ ବଖାଣିବା ସହ ପ୍ରଥମଥର ପାଇଁ ମନ୍ତ୍ରି ପରିଷଦ ବୈଠକକୁ ରାଜ୍ୟର ଅଧିକାଂଶ ଟିଭି ଚ୍ୟାନେଲରେ ସିଧା ପ୍ରସାରଣ କରାଇ ସେଥିରୁ ରାଜନୀତିକ ଫାଇଦା ନେବାକୁ ପ୍ରୟାସ କରିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ରାଜ୍ୟର ଅଧିକାଂଶ ଓଡ଼ିଆ ଟିଭି ଚ୍ୟାନେଲରେ ଏହି ସିଧା ପ୍ରସାରଣକୁ ରାଜ୍ୟବାସୀ ଦେଖିଥିବାବେଳେ ଏହା ପୁନର୍ବାର ସନ୍ଧ୍ୟା ୭ଟା ୧୫ମିନିଟରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଟିଭି ଚ୍ୟାନେଲଗୁଡ଼ିକରେ ପ୍ରସାରିତ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ସୂଚନା ଦେଇଛନ୍ତି। ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ରାଜ୍ୟରେ ଟିଭି ଚ୍ୟାନେଲଗୁଡ଼ିକରେ ଏତେ ସମୟ ଧରି ମନ୍ତ୍ରି ପରିଷଦ ବୈଠକ କାର୍ଯ୍ୟକ୍ରମକୁ ପୁନଃ ପ୍ରସାରଣ କରିବା ପାଇଁ ରାଜ୍ୟ ସରକାର କ’ଣ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ମୋଟାଅଙ୍କର ବିଜ୍ଞାପନ ଦେଇଛନ୍ତି ନା ଏହା ସରକାରୀ ନିର୍ଦ୍ଦେଶନାମା? ଯଦି ବିଜ୍ଞାପନ ଦେଇନାହାନ୍ତି ତା’ହେଲେ ସରକାର କିଭଳି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରସାରଣ କରିବା ପାଇଁ ଟିଭି ଚ୍ୟାନେଲକୁ ବାଧ୍ୟ କଲେ? ଏହାକୁ ପେଡ୍ ନ୍ୟୁଜ ବୋଲି କହିହେବ ନା ନାହିଁ ?

ପ୍ରଶ୍ନ ହେଉଛି, ଗଣମାଧ୍ୟମ ଉପରେ ଏଭଳି ହାକିମାତି କରି ସରକାର କ’ଣ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଜାରି କରିବାର ଭ୍ରମ ସୃଷ୍ଟି କରୁଛନ୍ତି? ଯଦି ବି ଏହି ସିଧା ପ୍ରସାରଣ ପାଇଁ ସରକାର ଏୟାର ଟାଇମ କିଣିଛନ୍ତି ବା ଆଡଭର୍ଟରିଆଲ ଦେଇଛନ୍ତି ତା’ହେଲେ ଏହା କେତେ ଟଙ୍କାର ଓ କେବେ ଏଥିପାଇଁ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ରିଲିଜ୍ ଅର୍ଡର ପାଇଥିଲେ ତାହା ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି।

ଏକ ନିର୍ଭରଯୋଗ୍ୟ ସୂତ୍ରର ସୂଚନା ଅନୁସାରେ ଏହା ବିଜ୍ଞାପନ ନୁହେଁ ବରଂ ଟିଭି ସଂସ୍ଥାର ମାଲିକଙ୍କ ଉପରେ ହାକିମାତି ଦେଖାଇ ସେମାନଙ୍କୁ ଏଭଳି ପ୍ରସାରଣ ପାଇଁ ବାଧ୍ୟ କରାଯାଇଛି।

୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଯେଉଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ତାକୁ କ୍ଷମତାକୁ ଆସିବାର ପ୍ରଥମଦିନ ହିଁ ମନ୍ତ୍ରିପରିଷଦ ବୈଠକରେ ସରକାରୀ ମୋହର ଲଗାଇଥିଲା। ସେହି ନିର୍ବାଚନୀ ଇସ୍ତାହାରରୁ କେତେ ବିଜେଡି ସରକାର ପାଳନ କରିଛି, ତାହା ଜଣାଇବା ପାଇଁ ଆଜିର ମନ୍ତ୍ରି ପରିଷଦ ବୈଠକ ଡକାଯାଇଥିଲା। ତେବେ ଯେଉଁଭଳି ଢଙ୍ଗରେ ଆଜିର ଏହି ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେଲା ଓ ବୈଠକ ପାଇଁ ପ୍ରମୁଖ ସମ୍ବାଦପତ୍ରରେ ବଡ଼ବଡ଼ ବିଜ୍ଞାପନ ଦିଆଗଲା ତାହା ଓଡ଼ିଶା ଇତିହାସରେ ବିରଳ।

ବୋଧହୁଏ ସ୍ୱାଧୀନ ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠି ମନ୍ତ୍ରିପରିଷଦ ବୈଠକ ବସିବ ବୋଲି ଖବରକାଗଜଗୁଡ଼ିକରେ ବିଜ୍ଞାପନ ଦିଆଯାଇଛି। ଗରିବ ଲୋକଙ୍କ ଟିକସ ଅର୍ଥ ଓ ସରକାରୀ ରାଜକୋଷ ଉପରେ ଏଭଳି ଅଯଥା ଚାପ ସୃଷ୍ଟି କରି ନବୀନ ପଟ୍ଟନାୟକ ସରକାର ଭୋଟ ସାଉଣ୍ଟିବା ପାଇଁ ଯେଉଁଭଳି ବିକଳ ପ୍ରୟାସ କରୁଛନ୍ତି ତାକୁ ସାଧାରଣରେ ନିନ୍ଦା କରାଯାଇଛି।



from Odisha Reporter https://ift.tt/2UgHbcO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages