କଉଠି ଥୋଇବି ଲହୁଣି ବୟସ, କାହାର ହେବି ରାଣୀ…ମତୁଆଲା କରୁଛି ଅର୍ଚ୍ଚିତାଙ୍କ ଆଇଟମ୍‌ ନମ୍ବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

କଉଠି ଥୋଇବି ଲହୁଣି ବୟସ, କାହାର ହେବି ରାଣୀ…ମତୁଆଲା କରୁଛି ଅର୍ଚ୍ଚିତାଙ୍କ ଆଇଟମ୍‌ ନମ୍ବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୮ତାରିଖରେ ପରଦାକୁ ଆସିବ ଏକ ଭିନ୍ନ ସ୍ୱାଦର ମୁଭି ‘ଚାମ୍ପିଅନ୍‌’। ଓଲିଉଡ୍‌ର ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁଙ୍କ ଦମ୍‌ଦାର ଅଭିନୀତ ଏହି ଫିଲ୍ମକୁ ନେଇ ବେଶ ଚର୍ଚ୍ଚା ହେଲାଣି। ଫିଲ୍ମରେ ଅର୍ଚ୍ଚିତାଙ୍କ ଚରିତ୍ର ବେଶ ଦମଦାର ଥିଲେ ମଧ୍ୟ ଏକ ଆଇଟମ୍‌ ନମ୍ବରରେ ବଲିଉଡ୍‌ ଷ୍ଟାଇଲ୍‌ରେ ଠୁମ୍‌କା ଲଗାଇଛନ୍ତି।

ଗୀତଟି ହେଉଛି କଉଠି ଥୋଇବି ଲହୁଣି ବୟସ, କାହାର ହେବି ରାଣୀ…।  ଜବରଦସ୍ତ ମ୍ୟୁଜିକ୍‌ ତଡ଼କା ସହ ଏହି ଗୀତଟିକୁ  ଭିନ୍ନ ଶୈଳୀରେ କମ୍ପୋଜିସନ କରାଯାଇଛି। ଫିଲ୍ମଟି ପରଦାକୁ ଆସିବା ପୂର୍ବରୁ ଏହି ଆଇଟମ ନମ୍ବରଟି ୟୁ-ଟ୍ୟୁବ୍‌ରେ ହଙ୍ଗାମା କରିଛି। ବୈଦ୍ୟନାଥ୍‌ ଦାସ୍‌ ଗୀତର ନିର୍ଦ୍ଦେଶନା ଦେଇଥିବା ବେଳେ ରଚନା କରିଛନ୍ତି ନିର୍ମଳ ନାୟକ। ଅସୀମା ପଣ୍ଡାଙ୍କ କଣ୍ଠରେ ଗୀତଟି ଯୁବପିଢ଼ିଙ୍କୁ ମତୁଆଲା କରୁଛି।

ତରଙ୍ଗ ମ୍ୟଜିକ୍‌ରେ ଷ୍ଟୁଡିଓ ଭର୍ସନରେ ଆଇଟମ୍‌ ନମ୍ବରଟି ରିଲିଜ୍ ହୋଇଥିବା ବେଳେ ୫ଦିନ ଭିତରେ 375,138 ଭ୍ୟୁ ହୋଇସାରିଲାଣି।ଡୋଙ୍ଗୟୁ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ହୋଇ ଥିବା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି କେ ମୂରଲି କ୍ରିଷ୍ଣା। ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଏନ୍‌.ଗଙ୍ଗାଧର ଏବଂ ପି.ଦିପ୍ତୀରାଣୀ।



from Odisha Reporter https://ift.tt/2C4gcKA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages