
ନାଇରୋବି: କେନିଆର ରାଜଧାନୀ ନାଇରୋବି ଅଭିମୁଖେ ଯାଉଥିବା ଇଥିଓପିଆର ଏୟାରଲାଇନ୍ସର ଏକ ବୋଇଂ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୪୯ ଜଣ ଯାତ୍ରୀ ଓ ୮ ବିମାନ କର୍ମଚାରୀ ଥିଲେ। ସେମାନେ ସମସ୍ତେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।
ଇଟି ୩୦୨ ନମ୍ବର ବିଶିଷ୍ଟ ଏହି ବିମାନଟି ଇଥିଓପିଆର ରାଜଧାନୀ ଆଡିସ ଆବାବା ଠାରୁ ୬୨ କିଲୋମିଟର ଦୂର ବିଶୋଫତୁ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଇଥିଓପିଆନ୍ ଏୟାରଲାଇନ୍ସ ଜଣେ ଅଧିକାରୀ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ପଷ୍ଟ ହୋଇସାରିଛି। ସକାଳ ୮ଟା ୪୪ ମିନିଟ୍ (ସ୍ଥାନୀୟ ସମୟ ଅନୁସାରେ) ଏହି ଦୁର୍ଘଟଣା ଘଟିଛି।
ଏପରିକି ଇଥିଓପିଆର ପ୍ରଧାନମନ୍ତ୍ରୀ ମଧ୍ୟ ମୃତକଙ୍କ ପରିବାର ଲୋକଙ୍କୁ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ସରକାର ଓ ଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେହି ପରିବାରଗୁଡ଼ିକୁ ସମବେଦନା ଜଣାଉଛନ୍ତି, ଯେଉଁମାନେ ଆଜି ସକାଳେ ଇଥୋପିଆନ୍ ଏୟାରଲାଇନ୍ସ ବୋଇଂ ୭୩୭ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
from Odisha Reporter https://ift.tt/2IZod9o
No comments:
Post a Comment