
ନୂଆଦିଲ୍ଲୀ: ବିସିସିଆଇ ପକ୍ଷରୁ ଆୟୋଜନ ହୋଇ ଆସୁଥିବା ଆଇପିଏଲ ମ୍ୟାଚ୍ ସମଗ୍ର ବିଶ୍ୱରେ ବେଶ ଲୋକପ୍ରିୟ ହୋଇପାରିଛି। ଆଉ ଏହି ଆଇପିଏଏ ମୋହରୁ ଶତ୍ରୁ ଦେଶ ପାକିସ୍ତାନର ଖେଳାଳିମାନେ ମଧ୍ୟ ମୁକୁଳିପାରିନି। ଯାହାର ପ୍ରମାଣ ଏବେ ଭାଇରାଲ ହେଉଥିବା ଭିଡିଓରୁ ଦେଖିବାକୁ ମିଳିଛି। ଭିଡିଓରେ ପାକିସ୍ତାନ୍ କ୍ରିକେଟର ଓମର ଅକମଲ୍ ବାଉଳା ହୋଇଥିବା ଦେଖିବାକୁ ମିଳିଛି। ପିଏସ୍ଏଲ୍କୁ ପ୍ରମୋଟ କରିବା ବଦଳରେ ଆଇପିଏଲକୁ ପ୍ରମୋଟ କରିବା ନେଇ ତାଙ୍କ ମୁହଁରୁ ବାହାରି ଆସିଥିଲା।
କହୁ କହୁ କହିଦେଲେ ଆଗାମୀ ଆଇପିଏଲ(ଇଣ୍ଡିଆନ୍ ପ୍ରିମିୟର ଲିଗ୍) ମ୍ୟାଚ୍ ପାକିସ୍ତାନ୍ରେ ହେବ । ଅବଶ୍ୟ ଏହା ତାଙ୍କ ମୁହଁରୁ ଭୁଲରେ ବାହାରି ଯାଇଥିଲା। ପରେ ଏହାକୁ ସୁଧାରି ଦେଇଥିଲେ। ଏକ ଭିଡିଓରେ ଓମର ଅକମଲ୍ କହୁଛନ୍ତି ଯେ, କ୍ୱେଟା (ବେଲୁଚିସ୍ତାନ) ଟିମ୍ କରାଚି ଆସିଛି ଏବଂ ଆମେ ହୋମ୍ ଗ୍ରାଉଣ୍ଡରେ ଖେଳୁଛେ ।
ଆଉ କ୍ରାଉଡ୍ ଯେତେ ସମର୍ଥନ କରିବେ ଆମର ସେତେ ଭଲ ପ୍ରଦର୍ଶନ ହେବ। ଯଦି ସବୁ ଟିମ୍କୁ କ୍ରାଉଡ୍ ଏମିତି ସମର୍ଥନ କରିନ୍ତି ତେବେ ସେହି ସମୟ ଆଉ ବେଶୀ ଦୂର ନୁହେଁ ଆଗାମୀ IPL…ଶରୀ… PSL ଏଇଠି ହେବ। ଅକମଲଙ୍କ ଏହି ବୟାନ ତାଙ୍କୁ ସମାଲୋଚିତ କରିଛି।
ସୂଚନାଯୋଗ୍ୟ ଯେ, ପାକିସ୍ତାନ ଆଗକୁ ପାକିସ୍ତାନ ସୁପର ଲିଗ୍(ପିଏସ୍ଏଲ) ଆୟୋଜନ କରିବା ଯୋଜନାରେ ରହିଛି।
from Odisha Reporter https://ift.tt/2Uuns9I
No comments:
Post a Comment