ଡାଏଟ୍‌ରେ ସାମିଲ କରନ୍ତୁ ଏହି ୫ଟି ଖାଦ୍ୟ, ରହିବନି ରକ୍ତଚାପ ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଡାଏଟ୍‌ରେ ସାମିଲ କରନ୍ତୁ ଏହି ୫ଟି ଖାଦ୍ୟ, ରହିବନି ରକ୍ତଚାପ ସମସ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଧୁନିକ ଜୀବନ ଶୈଳୀରେ କାମ ଓ ମାନସିକ ଚାପ ଯୋଗୁ ଅଧିକ ଲୋକେ ବ୍ଲଡ୍‌ ପ୍ରେସର୍‌ ବା ରକ୍ତଚାପର ଶିକାର ହେଉଛନ୍ତି। ରକ୍ତ ଚାପ ଏକ  ଗମ୍ଭୀର ସମସ୍ୟା। ଯାହା ଅଧିକ ହେଲେ ଆମ ଜୀବନ ମଧ୍ୟ ନେଇପାରେ। ବ୍ଲଡ୍‌ ପ୍ରେସର ଯୋଗୁ ହାର୍ଟ ଆଟାକ୍‌ ଭଳି ସମସ୍ୟା ଦେଖାଦେଇ ପାରେ। ତେଣୁ ଆପଣ ଏହାକୁ ସାଧାରଣ କଥା ନ ଭାବି ଏହାର ପ୍ରତିକାର ବ୍ୟବସ୍ଥା କରନ୍ତୁ। ଏଥିପାଇଁ ଆପଣ ନିଜ୍ ଡାଏଟରେ ୫ଟି ଖାଦ୍ୟକୁ ସାମିଲ କରିପାରିବେ।

୧- ପାଳଙ୍ଗ

ସବୁଜ ପନିପରିବା ମଧ୍ୟରୁ ପାଳଙ୍ଗ ସବୁଠାରୁ ସ୍ୱସ୍ଥ୍ୟକର ଖାଦ୍ୟ। ଏଥିରେ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଭଳି ପୋଷକ ତତ୍ୱ ରହିଥାଏ। ତାଜା ପାଳଙ୍ଗ ଶାଗରେ କ୍ୟାଲ୍‌ସିୟମ ଅଧିକ ମାତ୍ରାରେ ରହିଥାଏ। ତେଣୁ ପାଳଙ୍ଗ ଖାଇବା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

୨-ତରଭୁଜ

ତରଭୁଜରେ El-citrine ନାମକ ଏକ ଏମିନୋ ଏସିଡ୍‌ ରହିଥାଏ। ଏହା ବ୍ଲଡ୍‌ ପ୍ରେସର ନିୟନ୍ତ୍ରଣ କରିବାରେ ସାହଯ୍ୟ କରେ। ତରଭୁଜରେ ଭରପୂର ମାତ୍ରାରେ ଫାଇବର୍‌, Lycopene, ଭିଟାମିନ୍‌ ଏ ଆଉ ପୋଟାସିୟମ ରହିଥାଏ। ଏହା ଆମ ଶରୀର ପାଇଁ ଆବଶ୍ୟକ ଥିବାବେଳେ ଏହା ରକ୍ତ ଚାପ ନିୟନ୍ତ୍ରଣରେ ରଖିଥାଏ।

୩- ବିଟ୍‌

ବିଟ୍‌ରେ Nitrates ମାତ୍ରା ଅଧିକ ପରିମାଣରେ ଥାଏ। ଯାହା ଶରୀରରେ ରକ୍ତର ମାତ୍ରା କମ୍‌ ହେବାକୁ ଦେଇନଥାଏ। ୨୦୧୨ରେ ଅଷ୍ଟ୍ରେଲିଆରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ, ଗୋଟେ ଗ୍ଲାସ୍‌ ବିଟ୍‌ ଜୁସ୍‌ ପିଇବା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣରେ ରହିଥାଏ।

୪-କମଳା

କମଳାରେ ଭିଟାମିନ ଭରପୁର ମାତ୍ରାରେ ରହିଥାଏ। ଯାହା ହାଇ ବ୍ଲଡ୍‌ପ୍ରେସରକୁ ନିୟନ୍ତ୍ରଣରେ ରଖିଥାଏ। କେବଳ ଭିଟାମିନ ନୁହେଁ କମଳାରେ ଫାଇବର୍‌ ଭିଟାମିନ୍‌ ‘ଏ’ ରହିଥାଏ। ଯାହା ଆମ ଶରୀରକୁ ଅନେକ ପ୍ରକାର ଫାଇଦା ଦେଇଥାଏ।

୫-ଗାଜର

ରକ୍ତ ଚାପ ନିୟନ୍ତ୍ରଣ କରିବାରେ ଗାଜର ମଧ୍ୟ ଲାଭ ଦାରକ ହୋଇଥାଏ। ଏଥିରେ Potassium and beta-carotene ଅଧିକ ମାତ୍ରାରେ ରହିଥାଏ, ଯାହା ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏହା କେବଳ ରକ୍ତ ଚାପ ପାଇଁ ନୁହେଁ ଏହା ଆମ ଶରୀର ପାଇଁ ମଧ୍ୟ ଅନେକ ଲାଭଦାୟକ ହୋଇଥାଏ।



from Odisha Reporter https://ift.tt/2C6ItA2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages