
ଉମରକୋଟ (କାର୍ତ୍ତିକ ମଲ୍ଲିକ): ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନାବାଳିକା ଆହତ ହୋଇଛନ୍ତି। ଏହି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ନଗଯୋଡ଼ି ଗାଁରେ।
ମୃତ ଯୁବତୀଙ୍କ ନାଁ ଦଲୀଲା ହରିଜନ (୨୨)। ଆହତ ହୋଇଥିବା ନାବାଳିକାଙ୍କ ନାଁ ଲକ୍ଷ୍ମୀ ପନକାର (୧୪)। ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୮ଟା ବେଳେ ଏ ଘଟଣା ଘଟିଥିଲା। ଦଲୀଲା ଓ ଲକ୍ଷ୍ମୀ ଖାଇବା ନେଇ ଜମିକୁ ଯାଉଥିଲେ। ସେଠାରେ ସେମାନଙ୍କର କିଛି ପରିବାର ଲୋକେ କାମ କରୁଥିଲେ। ସେମାନେ ଏକ ମକା ବଗିଚା ଅତିକ୍ରମ କରି ଯିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ବାର୍ହା ଶିକାର କରିବା ପାଇଁ ଏହି ତାର ବିଛା ଯାଇଥିଲା।
ଏନେଇ ପରିବାର ଲୋକେ ଡାବୁଗାଁ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2NMkfzV
No comments:
Post a Comment