ଅମିତ ଶାହ କହିଲେ, ୨୫୦ରୁ ଅଧିକ ଆତଙ୍କବାଦୀ ମରିଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ଅମିତ ଶାହ କହିଲେ, ୨୫୦ରୁ ଅଧିକ ଆତଙ୍କବାଦୀ ମରିଛନ୍ତି

amitshah

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ଏହାର ପ୍ରତିଶୋଧ ନିଆଯାଇଛି। ଭାରତୀୟ ବାୟୁସେନାର ୧୨ଟି ଯୁଦ୍ଧବିମାନ ପାକିସ୍ତାନରେ ପଶି ବାଲାକୋଟ୍‌ରେ ଥିବା ଆତଙ୍କବାଦୀ ସଂଗଠନ ‘ଜୈଶ-ଇ-ମହମ୍ମଦ’ର ଟ୍ରେନିଂ କ୍ୟାମ୍ପ ଧ୍ୱଂସ ହୋଇଯାଇଥିଲା। ଫେବୃଆରୀ ୨୬ ତାରିଖରେ ହୋଇଥିବା ଏହି ଆକ୍ରମଣରେ ଜୈଶ୍‌ର ୩୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ନେଇ କୁହାଯାଉଥିଲେ ହେଁ, ସରକାରଙ୍କ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇନାହିଁ। ତେବେ ରବିବାର ଗୁଜରାଟରେ ଏକ ରାଲିରେ ବିଜେପି ଅଧ୍ୟକ୍ଷ ଅମିତ ଶାହ କହିଥିଲେ ଯେ ବାୟୁସେନାର ଆକ୍ରମଣରେ ୨୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏହି ଆକ୍ରମଣରେ କେତେ ଆତଙ୍କବାଦୀ ମରିଛନ୍ତି ବୋଲି କିଛି ବିରୋଧୀ ଦଳର ନେତା ହିସାବ ମାଗୁଥିବା ବେଳେ ସରକାରୀ ଦଳର ପ୍ରଥମ ନେତା ଭାବେ ଅମିତ ଶାହ ଏ ନେଇ ଉତ୍ତର ରଖିଛନ୍ତି।

ଗୁଜରାଟର ଅହମଦାବାଦରେ ଆୟୋଜିତ ଏକ ସାଧାରଣ ସଭାରେ ବିଜେପି ସଭାପତି କହିଥିଲେ,“ଉରି ଆକ୍ରମଣ ପରେ ଆମ ଯବାନମାନେ ପାକିସ୍ତାନରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ। ସେମାନେ ସହିଦ ଯବାନଙ୍କ ପ୍ରତିଶୋଧ ନେଇଥିଲେ। ପୁଲୱାମା ପରେ ସମସ୍ତେ ଭାବିଥିଲେ ଯେ ଯଦି ସର୍ଜିକାଲ୍ ଷ୍ଟ୍ରାଇକ୍ ହେବନି, ତା’ହେଲେ କ’ଣ ହେବ? କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ୧୩ ଦିନ ପରେ ଏୟାର ଷ୍ଟ୍ରାଇକ୍ କଲେ ଓ ଏଥିରେ ୨୫୦ରୁ ଅଧିକ ଆତଙ୍କବାଦୀ ମଲେ।”

ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ନ କରିବାକୁ ବିଜେପି କହୁଥିବା ବେଳେ ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇର ରିପୋର୍ଟ ମୁତାବକ ଗୁଜରାଟର ସୁରଟରେ ଏକ କାର୍ଯ୍ୟକ୍ରମରେ ଅମିତ ଶାହ କହିଥିଲେ ଯେ ପୂର୍ବରୁ ଆମ ଯବାନଙ୍କ ମୁଣ୍ଡ କାଟ ହେଉଥିଲା ଓ ସେମାନେ ଅପମାନିତ ହେଉଥିଲେ। କିନ୍ତୁ ଏବେ ସ୍ଥିତି ବଦଳିଛି। ଆମ ଯବାନମାନେ ପାକିସ୍ତାନର ଯୁଦ୍ଧବିମାନକୁ ଗୁଳି କରି ଖସାଇବା ସହିତ ୨୪ ଘଣ୍ଟା ମଧ୍ୟରେ ଫେରି ଆସୁଛନ୍ତି। ନରେନ୍ଦ୍ର ମୋଦିଙ୍କ ଇଚ୍ଛାଶକ୍ତି ଯୋଗୁ ଏହା ସମ୍ଭବ ହୋଇଛି।

ଏୟାରଷ୍ଟ୍ରାଇକ୍‌ ସଂପର୍କିତ ସବିଶେଷ ତଥ୍ୟ ମାଗୁଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ଅମିତ ଶାହ ସମାଲୋଚନା କରିଛନ୍ତି।

ସେ କହିଛନ୍ତି,“ଏହି ନେତାମାନଙ୍କ ମନ୍ତବ୍ୟ ଶୁଣି ପାକିସ୍ତାନ ହସୁଛି। ମୁଁ ଜାଣିଛି, ଏହି ନେତାମାନଙ୍କର ମୋଦିଜୀଙ୍କ ଭଳି ଦକ୍ଷତା ନାହିଁ। କିନ୍ତୁ ସେମାନେ ଯଦି ସେନାକୁ ସମର୍ଥନ କରିପାରିବେ ନାହିଁ, ତା’ହେଲେ ଚୁପ୍ ରହିବା ଶିଖନ୍ତୁ।”



from Odisha Reporter https://ift.tt/2C0yvAo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages