ଶୋଇଥିବା ବେଳେ ନିଆଁରେ ଜଳିଗଲେ ଯୁବକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ଶୋଇଥିବା ବେଳେ ନିଆଁରେ ଜଳିଗଲେ ଯୁବକ!

fire

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗରରେ ଏକ ଦୁଃଖଦ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ଜଣେ ଯୁବକ ଜୀବନ୍ତଦଗ୍ଧ ହୋଇଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବାବୁନି ଗୋଚ୍ଛାୟତ। ତାଙ୍କ ଘର ନଦୀଗାଁ ପଞ୍ଚାୟତ ପାଟଣା ସାହି ଗାଁରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଧାମନଗର ବ୍ଲକ୍‌ ଅନ୍ତର୍ଗତ କଇଥାଡ଼ିହ ଗାଁର ଗୋଠପଡ଼ିଆ ନିକଟରେ ବାବୁନି ଏକ ଇଟାଭାଟିରେ କାମ କରୁଥିଲେ। ତାଙ୍କ ସହ ଆଉ ୪ଜଣ ମଧ୍ୟ ସେଠାରେ କାମ କରୁଥିଲେ। ଇଟାଭାଟି ନିକଟରେ ଥିବା ଏକ ଅସ୍ଥାୟୀ ଘରେ ସେମାନେ ସମସ୍ତେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ଉକ୍ତ ଘରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ୪ ଜଣ ଘର ବାହାରକୁ ପଳାଇ ଆସିଥିଲେ, ହେଲେ ବାବୁନି ରହି ଯାଇଥିଲେ। ଫଳରେ ନିଆଁରେ ପୋଡ଼ି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ କୁଡ଼ିଆରେ କେମିତି ନିଆଁ ଲାଗିଲା, ସେ ନେଇ କିଛି ଜଣାପଡ଼ିନାହିଁ।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଧାମନଗର ପୁଲିସ୍‌କୁ ଖବର ଦେଇଥିଲେ। ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ୍ କହିଛି।



from Odisha Reporter https://ift.tt/2TzAJ3L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages