ପୁଅ ପାଇଁ ବାପା ଛାଡ଼ିଲେ ବିରୋଧୀଦଳ ନେତା ପଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ପୁଅ ପାଇଁ ବାପା ଛାଡ଼ିଲେ ବିରୋଧୀଦଳ ନେତା ପଦ

ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସ ନେତା ତଥା ବିଧାନସଭାରେ ବିରୋଧୀଦଳ ନେତା ଭାବେ କାର୍ଯ୍ୟ କରୁଥିବା ରାଧାକ୍ରିଷ୍ଣ ଭିଖେ ପାଟିଲ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପୁଅ ନିକଟରେ ବିଜେପିରେ ଯୋଗଦେଇଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ରାଧାକ୍ରିଷ୍ଣଙ୍କ ଏଭଳି ପଦକ୍ଷେପକୁ କଂଗ୍ରେସକୁ ଶକ୍ତ ଝଟ୍‌କା ଦେଇଛି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି।

ତାଙ୍କ ପୁଅ ସୁଜୟ ଭିଖେ ପାଟିଲ କଂଗ୍ରେସରେ ଥିବା ବେଳେ କାହିଁକି ହଠାତ ବିଜେପିରେ ଯୋଗଦେଲେ ଏବଂ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶ୍ନର ଉତ୍ତର ରାଧାକ୍ରିଷ୍ଣ ଦେଇନାହାନ୍ତି। ସେ କହିଛନ୍ତି, ଦଳ ଏହା ବିରୋଧରେ ପଦକ୍ଷେପ ଗ୍ରହଣ କରିବ। ତେବେ ସୁଜୟ ଦଳ ଛାଡ଼ିବା ପଛରେ ରାଧାକ୍ରିଷ୍ଣ ଏନ୍‌ସିପି ନେତା ଶରଦ ପାୱାରଙ୍କ ଭୂମିକାକୁ ଦାୟୀ କରିଛନ୍ତି।



from Odisha Reporter https://ift.tt/2TN96VL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages