ୱାଇଏସ୍‌ଆର କଂଗ୍ରେସ ବିଜେପିର ବି ଟିମ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ୱାଇଏସ୍‌ଆର କଂଗ୍ରେସ ବିଜେପିର ବି ଟିମ୍‌!

ବିଜୟୱାଡ଼ା: ଆସନ୍ତା ସାଧାରଣ ନିର୍ବାଚନରେ ଆନ୍ଧ୍ରପ୍ରଦେଶର ୱାଇଏସ୍‌ଆର କଂଗ୍ରେସ ବିଜେପିକୁ ସମସ୍ତ ପ୍ରକାରର ସହାୟତା ଦେବ ବୋଲି ଆଜି ଦଳର ଜଣେ ନେତା ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ୱାଇଏସ୍‌ଆର କଂଗ୍ରେସ ଦୁର୍ବଳ ତଥା ଜିତିବାର ଆଶା ନଥିବା ନେତାମାନଙ୍କୁ ଛିଡ଼ା କରିବ। ନେତା ଜଣଙ୍କ ଏପରି କହୁଥିବାର ଭିଡିଓ ରେକର୍ଡ ରହିଛି।

ୱାଇଏସ୍‌ଆର କଂଗ୍ରେସ ମୁଖପାତ୍ର ମନୋଜ କୋଟାରୀଙ୍କ ଏହି ସ୍ୱୀକାରୋକ୍ତିର ଭିଡିଓ ପ୍ରମାଣ ସାମ୍ନାକୁ ଆସିବା ପରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଏଥିସହ ୱାଇଏସ୍‌ଆର କଂଗ୍ରେସ ହିଁ ବିଜେପିର ବି’ ଟିମ୍‌ ବୋଲି ମଧ୍ୟ ପ୍ରମାଣିତ ହୋଇଛି।

ଭିଡିଓରେ ମନୋଜ କହିଛନ୍ତି, “ ହଁ ବିଜେପି ପ୍ରତି ଆମର ଦୁର୍ବଳତା ରହିଛି। ଆମେ ରାଷ୍ଟ୍ରପତି କୋବିନ୍ଦ ଆନ୍ନା(ରାଷ୍ଟ୍ରପତି ରାମନାଥ କୋବିନ୍ଦ)ଙ୍କୁ ସମର୍ଥନ କରିଥିଲୁ। ଆମେ ଉପ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିଜେପିକୁ ସମର୍ଥନ କରିଥିଲୁ।

ଏହାର ଅର୍ଥ ନୁହେଁ ଯେ ଆମେ ସରକାରଙ୍କ ସହ ରହିଛୁ। ଏବେ ୱାଇଏସ୍‌ଆର କଂଗ୍ରେସର ବରିଷ୍ଠ ନେତୃତ୍ୱବୃନ୍ଦ ନିର୍ବାଚନ ପରେ ବିଜେପି ସହ ମେଣ୍ଟ କରିବା ଦିଗରେ ଆଲୋଚନା କରୁଛନ୍ତି। ଆମର ଆଶା ଏହା ସକାରାତ୍ମକ ଫଳାଫଳ ଆଣିବ। ଆମେ ନିର୍ବାଚନ ବେଳେ ମଧ୍ୟ ବିଜେପି ବିରୋଧରେ ପ୍ରାର୍ଥୀ ଦେବୁ। କିନ୍ତୁ ହାରୁଥିବା ପ୍ରାର୍ଥୀମାନଙ୍କୁ ହିଁ ଦଳ ବିଜେପି ବିରୋଧରେ ଛିଡ଼ା କରିବ।”



from Odisha Reporter https://ift.tt/2FdFbvH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages