
ନୂଆଦିଲ୍ଲୀ: ବୁଧବାର ସୁପ୍ରିମ୍କୋର୍ଟରେ ରାଫେଲ ପ୍ରସଙ୍ଗକୁ ନେଇ ବଡ଼ ଖୁଲାସା କରିଛନ୍ତି ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ। ସେ ଅଭିଯୋଗ ଆଣିଛନ୍ତି କେହି ଜଣେ ବିବାଦୀୟ ରାଫେଲ ଚୁକ୍ତି ସମ୍ବନ୍ଧୀୟ ତଥ୍ୟ ଚୋରି କରି ଗଣମାଧ୍ୟମକୁ ବାଣ୍ଟିଛି ଏବଂ ସମ୍ଭବତଃ ସରକାରୀ ଅଧିକାରୀ ଏଥିରେ ସଂଶ୍ଲିଷ୍ଟ ଥିବା ସେ ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି ରାଫେଲ ଦର ସମ୍ବନ୍ଧୀୟ ତଥ୍ୟ ମନ୍ତ୍ରଣାଳୟରୁ ଚୋରି କରାଯିବା ପରେ ଦି ହିନ୍ଦୁ ଖବରକାଗଜକୁ ଦିଆଯାଇଥିଲା। ସେ ଆହୁରି ମଧ୍ୟ କହିଥିଲେ, ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଆବେଦନ ଏବଂ ସତ୍ୟପାଠରେ ଏହି ତଥ୍ୟ ବ୍ୟବହାର କରାଯାଇଛି, ଯାହାକି ନାକଚ କରାଯିବା ଉଚିତ।
ଏହି ତଥ୍ୟ ଯେଉଁମାନେ ବ୍ୟବହାର କରିଛନ୍ତି ସେମାନେ ଅଫିସିଆଲ ସିକ୍ରେଟ୍ ଆକ୍ଟର ଉଲ୍ଲଂଘନ କରିଛନ୍ତି। କିନ୍ତୁ ପ୍ରଶାନ୍ତ ଭୂଷଣ କହିଛନ୍ତି, ଏଥିରେ କିଛି ଭୁଲ ହୋଇନାହିଁ। ଏହି ତଥ୍ୟ ସୂଚନା ଅଧିକାର ଆଇନ ବଳରେ ସଂଗ୍ରହ କରାଯାଇଥିଲା ବୋଲି ସେ ଯୁକ୍ତି ଦର୍ଶାଇଥିଲେ।
ସରକାର କୋର୍ଟଙ୍କୁ ଆହୁରି ମଧ୍ୟ କହିଛନ୍ତି, ଏହି ପେପର ଗାୟବ୍ ହେବା ନେଇ ତଦନ୍ତ ଆରମ୍ଭ ହୋଇସାରିଛି।
ସୂଚନାଯୋଗ୍ୟ ଯେ, ୩୬ଟି ରାଫେଲ ଜେଟ୍ର ଚୁକ୍ତିକୁ ନେଇ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ବହୁଦିନ ଧରି ବିବାଦ ଚାଲୁ ରହିଛି। ରିଲାଏନ୍ସ ଡିଫେନ୍ସକୁ ଅଫ୍ସେଟ୍ ପାର୍ଟନର କରିବାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଆସିଛି। ଏନ୍ଡିଏ ଅମଳର ଚୁକ୍ତି ୟୁପିଏ ସରକାରଙ୍କର ସ୍ଥାନ ନେଇଥିବାରୁ ଦର ଏବଂ ଦୁର୍ନୀତିକୁ ନେଇ କଂଗ୍ରେସ ସରକାରଙ୍କୁ ଘେରିବାର ପ୍ରୟାସ କରି ଆସିଛି।
from Odisha Reporter https://ift.tt/2Tw4JNL
No comments:
Post a Comment