ମୋବାଇଲ୍‌ କିଣାରେ ଲାଗିଛି ଖଣି ମାଲିକଙ୍କ ଟଙ୍କା; କ୍ରାଇମ୍‌ବ୍ରାଞ୍ଚ୍‌ ଇଓଡବ୍ଲ୍ୟୁରେ ଅଭିଯୋଗ କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ମୋବାଇଲ୍‌ କିଣାରେ ଲାଗିଛି ଖଣି ମାଲିକଙ୍କ ଟଙ୍କା; କ୍ରାଇମ୍‌ବ୍ରାଞ୍ଚ୍‌ ଇଓଡବ୍ଲ୍ୟୁରେ ଅଭିଯୋଗ କଲା ବିଜେପି

samirmohanty

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଯୁବ ବାହିନୀ କର୍ମୀଙ୍କୁ ମୋବାଇଲ୍‌ ବଣ୍ଟାଯିବା ଘଟଣାକୁ ନେଇ ବିଜେପିର ଏକ ପ୍ରତିନିଧି ଦଳ ଆଜି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମୋବାଇଲ୍‌ କିଣାରେ ଖଣି ଦୁର୍ନୀତି ସହ ସଂପୃକ୍ତ ଥିବା ଖଣି ମାଲିକ ଟଙ୍କା ଲାଗିଥିବା ଏହି ପ୍ରତିନିଧି ଦଳ ଅଭିଯୋଗ କରିଛି। ସେମାନେ ବିଜୁ ଯୁବ ବାହିନୀ ସିଇଓ ପ୍ରେମଚାନ୍ଦ ଚୌଧୁରୀଙ୍କ ନାଁରେ ଅଭିଯୋଗ କରିଛନ୍ତି।

ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି କହିଛନ୍ତି,“ ୩୧୪ ବ୍ଲକ୍‌ରେ ବିଜୁ ଯୁବ ବାହିନୀ କର୍ମୀଙ୍କୁ ମୋବାଇଲ୍‌ ବଣ୍ଟାଯାଇଛି। ୭୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ୨୦ ଲକ୍ଷ ମୋବାଇଲ୍ କିଣା ହୋଇ ବଣ୍ଟା ଯାଇଛି। ଖଣି ଦୁର୍ନୀତି ସହ ସଂପୃକ୍ତ ଥିବା ଖଣିମାଲିକ ଓ ଦୁର୍ନୀତି ଖୋର କମ୍ପାନୀମାନେ ଏହି ମୋବାଇଲ୍ ଦେଇଛନ୍ତି। ବିଜୁ ଯୁବ ବାହିନୀ ସିଇଓ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶରେ ଏହି ଖଣି ମାଲିକ ଓ କମ୍ପାନୀମାନେ ମୋବାଇଲ ଯୋଗାଇଛନ୍ତି। ଆଜି ଆମେ ଆଇଏଏସ୍‌ ପ୍ରେମଚାନ୍ଦ ଚୌଧୁରୀଙ୍କ ନାଁରେ ଏଫ୍‌ଆଇଆର ଦେଇଛୁ। ମୁଷ୍ଟିମେୟ ଆଇଏଏସ୍ ଅଫିସର ଚାନ୍ଦା ଆଦାୟ କରି ବିଜୁ ଜନତା ଦଳକୁ ସଦୃଢ଼ କରୁଛନ୍ତି।”

ସମୀର ମହାନ୍ତି କହିଛନ୍ତି, ଏହା ପୂର୍ବରୁ ଏ ମାମଲାରେ ଆମେ ସବୁ ପ୍ରମାଣ ଓ ତଥ୍ୟ ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ଆୟକର ବିଭାଗ, ରାଜ୍ୟପାଳ ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲୁ।



from Odisha Reporter https://ift.tt/2ITdsW5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages