
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ପୁଲିସ୍ ଯେତେବେଳେ କୌଣସି ଅପରାଧୀକୁ ଧରିବାରେ ଅସଫଳ ରୁହେ ସେତେବେଳେ ସେ ତାର ଫଟୋକୁ ବିଭିନ୍ନ ସ୍ଥାନରେ ଲଗାଇଥାଏ। କାରଣ ଯଦି କୌଣସି ସହୃଦୟ ବ୍ୟକ୍ତି ସେହି ଅପରାଧୀଙ୍କୁ ଦେଖନ୍ତି ସେ କୁଖ୍ୟାତ ଅପରାଧୀ ବୋଲି ଜାଣି ପୁଲିସ୍କୁ ଖବର ଦେଇ ପାରିବେ। ନିକଟରେ ଚୀନ ପୁଲିସ ଏମିତି ଏକ ଅପରାଧୀର ଓ୍ଵାଣ୍ଟେଡ ପୋଷ୍ଟର ଲଗାଇଛି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଉକ୍ତ ପୋଷ୍ଟରରେ ଏକ ଅପରାଧୀ ହେଉଛନ୍ତି ଜଣେ ଛୋଟ ପିଲା।
ସୂଚନା ଅନୁଯାୟୀ, ଜି କ୍ୱିନଘାଏ ନାମକ ଜଣେ ଅପରାଧୀର ପିଲାବେଳର ଫଟୋକୁ ପୁଲିସ୍ ମୋଷ୍ଟ ଓ୍ଵାଣ୍ଟେଡ ତାଲିକାରେ ଲଗାଇ ଦେଇଛି। ଘଟଣାଟି ଘଟିଛି ଚୀନର ହେନଜିଓଙ୍ଗ୍ ସହରରେ। ଜନଗହଳିପୂର୍ଣ୍ଣ ସ୍ଥାନରେ ଉପଦ୍ରବ ସୃଷ୍ଟି କରୁଥିବା ଅପରାଧରେ ପୁଲିସ୍ ଜି କ୍ୱିନଘାଏଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି। ପୁଲିସ ତାଙ୍କ ବିରୋଧରେ ଓ୍ଵାଣ୍ଟେଡ ପୋଷ୍ଟର ବାହାର କରିଛି। ପୁଲିସ ଏହି ଫଟୋକୁ ଓ୍ଵାଣ୍ଟେଡ ପୋଷ୍ଟର ଭାବେ ଦେବାର କାରଣ ହେଉଛି ଏହି ଅପରାଧୀଙ୍କ ଯୁବକ ବେଳର କୌଣସି ସ୍ପଷ୍ଟ ଫଟୋ ମିଳି ପାରିନାହିଁ। ଏହି କାରଣରୁ ଏଠାକାର ପୁଲିସ୍ ଜି କ୍ୱିନଘାଏଙ୍କ ପିଲାଦିନ ଫଟୋକୁ ଦେଇ ଦେଇଥିଲା।
ଏହି ଫଟୋକୁ କେହି ଜଣେ ବ୍ୟକ୍ତି ସୋଶାଲ୍ ମିଡିଆରେ ଶେଆର କରିବା ପରେ ଏବେ ଏହି ଫଟୋକୁ ହଟାଇ ପୁଲିସ୍ କ୍ଷମା ମାଗିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଜି କ୍ୱିନଘାଏଙ୍କ ଏହି ଫଟୋ ସେତେବେଳର ଯେତେବେଳେ ସେ ପ୍ରାଇମେରୀ ସ୍କୁଲରେ ପାଠ ପଢ଼ୁଥିଲା। ଓ୍ଵାଣ୍ଟେଡ ଫଟୋ ସହିତ ଚୀନ ଭାଷାରେ ଅଭିଯୁକ୍ତର ଆଇଡି ନମ୍ବର ବି ଲେଖା ହୋଇଛି।
from Odisha Reporter https://ift.tt/2CBw1J3
No comments:
Post a Comment