
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଅଭିନେତା ତଥା ଡ୍ୟାନ୍ସିଂ ଷ୍ଟାର ଗୋବିନ୍ଦାଙ୍କ ଏକ ଭିଡିଓ ଏବେ ବହୁତ ଭାଇରାଲ୍ ହେଉଛି। ଗୋବିନ୍ଦା ତାଙ୍କର ଏକ ହିଟ୍ ଗୀତରେ କୋରଓଗ୍ରାଫର୍ ଗୀତା କପୁର୍ଙ୍କ ସହ ଡ୍ୟାନ୍ସ କରୁଥିବା ଦେଖାଯାଉଛନ୍ତି। ଉଭୟଙ୍କ ପରର୍ଫମାନ୍ସ ଡ୍ୟାନ୍ସ ଫ୍ଲୋରରେ ନିଆଁ ଲଗାଇ ଦେଇଛି। ଏହା ଉପସ୍ଥିତ ଦର୍ଶକ ଓ ପ୍ରତିଯୋଗୀଙ୍କୁ ମଧ୍ୟ ଦିୱାନା କରି ଦେଇଛି।
ଗୋବିନ୍ଦା ଏବଂ ଗୀତା କପୁର୍ଙ୍କ ଏହି ଭିଡିଓକୁ ଲୋକେ ବହୁତ ପସନ୍ଦ ମଧ୍ୟ କରିଛନ୍ତି। ଏହି ଭିଡିଓକୁ ସୋନି ଟିଭିର ଅଫିସିଆଲ୍ ଟ୍ୱିଟର୍ ପେଜ୍ରେ ଶେୟାର କରାଯାଇଛି। ଆଉ ଶେୟାର୍ କରିବା କ୍ଷଣି ଭିଡିଓ ଭାଇରାଲ୍ ହୋଇଛି।
ଗୋବିନ୍ଦା ଯେଉଁ ଶୋ’କୁ ଯାଆନ୍ତି ପୂରା ଧୁମ୍ ମଚାଇ ଦିଅନ୍ତି। ଆପଣମାନେ ମଧ୍ୟ ବହୁ ରିଆଲିଟି ଶୋ’ରେ ତାଙ୍କୁ ଖୁବ ନାଚୁଥିବାର ଦେଖିଥିବେ।
Super Guru Geeta's dream came true on the #SuperDancerChapter3 stage! Catch her performance with Govinda on #HoliSpecial, this weekend at 8 PM. You really don't want to miss this! @govindaahuja21 @TheShilpaShetty @geetakapur @basuanurag @rithvik_RD @Pparitosh1 pic.twitter.com/JFc0Zcahgo
— Sony TV (@SonyTV) March 22, 2019
ଏହି ଭିଡିଓ ହେଉଛି ଟେଲିଭିଜନ୍ ଚ୍ୟାନେଲ୍ “ସୋନି’’ରେ ପ୍ରସାରିତ ହେଉଥିବା ରିଆଲିଟି ଶୋ’ “ସୁପର୍ ଡ୍ୟାନ୍ସର୍ ଚାପ୍ଟର୍ ୩”ର। ଯେଉଁଠିକୁ ଗୋବିନ୍ଦା ଗେଷ୍ଟ ହୋଇ ଯାଇଛନ୍ତି।
ଗୋବିନ୍ଦା “ସୁପର୍ ଡ୍ୟାନ୍ସର୍ ଚାପ୍ଟର୍ ୩”ରେ ଗୀତା କପୁର୍ଙ୍କ ସହ ଡ୍ୟାନ୍ସ କରିଥିଲେ। ଏହାସହ ସେ ଶିଳ୍ପା ସେଠିଙ୍କ ସହ ମଧ୍ୟ ଠୁମକା ଲଗାଉଥିବା ଦେଖିବାକୁ ମିଳିଥିଲେ। ଆପଣ ମଧ୍ୟ ଜାଣିଥିବେ ପୂର୍ବରୁ ଗୋବିନ୍ଦା ଏବଂ ଶିଳ୍ପା ସେଟ୍ଟି ବହୁ ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି। ଆଉ ତାଙ୍କ ଯୋଡ଼ି ସୁପର୍ଡୁପର୍ ହିଟ୍ ହେବା ସହ ଲୋକମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଛି ।
A masterclass from Geeta and the loving support of our #SuperDancerChapter3 family! Here's a sneak peak into what went behind Shilpa and Govinda recreating some of timeless magic after years! Catch all of this fun and more on #HoliSpecial, this weekend at 8 PM. pic.twitter.com/ORxrnueVFT
— Sony TV (@SonyTV) March 22, 2019
ତେବେ ଶୋ’ରେ ଗୋବିନ୍ଦାଙ୍କ ସହ ଶକ୍ତି କପୁର୍ ମଧ୍ୟ ଆସିଥିଲେ। ଦୁଇ ଜଣ ଏହି ଅବସରରେ ଶୋ’ରେ ବହୁତ ମସ୍ତି ମଧ୍ୟ କରିଥିଲେ। ଶକ୍ତି କପୁର୍ ମଧ୍ୟ ଅଭିନେତ୍ରୀ ଶିଳ୍ପା ସେଟ୍ଟି ମଧ୍ୟ ଡ୍ୟାନ୍ସ କରିଥିଲେ। କେବଳ ଏତିକି ନୁହେଁ, ସେଠାରେ ଉପସ୍ଥିତ ଥିବା ପ୍ରତିଯୋଗୀ ମଧ୍ୟ ଶିଳ୍ପା ଏବଂ ଶକ୍ତିଙ୍କ ସହ ଡ୍ୟାନ୍ସ କରିଥିଲେ।
ଉକ୍ତ ଶୋରେ ଗୋବିନ୍ଦା ଏବଂ ଗୀତା କପୁର୍ ବେଷ୍ଟ ଡ୍ୟାନ୍ସର୍ ଚୟନ କରିଥିଲେ। ଶୋ’ରେ ଏମିତି ଏକ ସମୟ ଆସିଥିଲା ଯେ, ଯେଉଁଠି ଗୀତା କପୁର୍ ଏକ ଗୀତରେ ଗୋବିନ୍ଦା ଏବଂ ଶିଳ୍ପାଙ୍କୁ ଡ୍ୟାନ୍ସ ଶିଖାଇଥିଲେ। ଏହା ପରେ ଗୋବିନ୍ଦା ଏବଂ ଶିଳ୍ପା ଦୁହେଁ ଖୁବ୍ ଡ୍ୟାନ୍ସ କରିଥିଲେ।
from Odisha Reporter https://ift.tt/2FyCXZf
No comments:
Post a Comment