
ମୁମ୍ବାଇ: ଫିଲ୍ମମେକର୍ ସଞ୍ଜୟ ଲୀଲା ଭଂସାଲି ପ୍ରସିଦ୍ଧ କବି ଏବଂ ଲେଖକ ସାହିର୍ ଲୁଧିଆନ୍ଭି (Sahir Ludhianvi) ଙ୍କ ବାୟୋପିକ୍ ତିଆରି କରିବାକୁ ଯାଉଛନ୍ତି। ଫିଲ୍ର ଲିଡ୍ ରୋଲ୍ ପାଇଁ ଏବେ ଚର୍ଚ୍ଚା ଜୋର୍ ଧରିଛି। ଖବର ଆସୁଛି କି ଏହି ପିଲ୍ମରେ ସଞ୍ଜୟ ଲୀଲା ଭଂସାଲି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇପାରନ୍ତି।
ଏହି ଫିଲ୍ମଟି ସାହିର୍ ଲୁଧିଆନ୍ଭି ଏବଂ ଅମୃତା ପ୍ରୀତମ୍ଙ୍କ ପ୍ରେମ କାହାଣୀ ଉପରେ ଆଧାରିତ। ଏଥିପାଇଁ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ସାହିର୍ ଏବଂ ଅମୃତାଙ୍କ ଚରିତ୍ରରେ ଅଭିନୟ କରିବେ । ସାହିର୍ ଜଣେ କବି ଏବଂ ଷ୍କ୍ରିପ୍ଟ ରାଇଟର୍ ଥିଲେ। ବଲିଉଡ ଜଗତରେ ମଧ୍ୟ ତାଙ୍କର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଏଠାରେ ଆମେ କହିବାକୁ ଚାହୁଁଛୁ ଯେ, ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଅନୁରାଗ କାଶ୍ୟପଙ୍କ ଫିଲ୍ମ ‘ଗୁଲାବ୍ ଜାମୁନ୍’ରେ ନଜର ଆସିଥାନ୍ତେ। କିନ୍ତୁ ଏବେ ଖବର ଆସୁଛି ଯେ, ଫିଲ୍ମମେକର ଏହି ଫିଲ୍ମକୁ ତିଆରି ନକରିବା ପାଇଁ ଚାହୁଁଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା ତାଙ୍କର ଆଗକୁ ଆସୁଥିବା ପିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ, ‘ଯେତେବେଳେ ମୋ ଭବିଷ୍ୟତ କଥା ଆସେ, ସେତେବେଳେ ମୁଁ ମୋ ଭବିଷ୍ୟତ ନିର୍ଦ୍ଦେଶକ ଏବଂ ଫିଲ୍ମ ନିର୍ମାତାଙ୍କ ଉପରେ ଛାଡ଼ିଦିଏ’। ‘ମୁଁ କିଛି ଦିନ ପୂର୍ବରୁ ଗୋଟେ ଭଲ ସ୍କ୍ରିପ୍ଟ , ଆଇଡିଆ ଏବଂ କ୍ୟାରେକ୍ଟର ଫାଇନାଲ୍ କରିଛି’ । ହେଲେ ଫିଲ୍ମ ନିର୍ମାତାଙ୍କୁ ତାହା ଘୋଷଣା କରିବାକୁ ଦିଅନ୍ତୁ।
ଐଶ୍ୱର୍ଯ୍ୟାଙ୍କ ଫିଲ୍ମ କ୍ୟାରିୟର ଉପରେ ନଜର ପକାଇଲେ ଜାଣିବା, ସେ ଶେଷ ଥର ପାଇଁ ଫିଲ୍ମ ‘ଫନଲ୍ ଖାନ୍’ “Funnel khan” ରେ ନଜର ଆସିଥିଲେ। ସେହି ପିଲ୍ମରେ ଅଭିନେତା ଅନୀଲ କପୁର ଏବଂ ରାଜକୁମାର ରାଓ ପ୍ରମୁଖ ଭୁମିକାରେ ଥିଲେ। ଫିଲ୍ମରେ ଐଶ୍ୱର୍ଯ୍ୟା ସୁପରଷ୍ଟାର ଚରିତ୍ରରେ ନଜର ଆସିଥିଲେ।
ଫିଲ୍ମଟି ବକ୍ସ ଅଫିସ୍ରେ ଭଲ ବିଜ୍ନେସ୍ କରିଥିଲା। ସେହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ଲୁକ୍ର ବହୁତ ତାରିଫ୍ ମଧ୍ୟ ହୋଇଥିଲା।
ଅନ୍ୟପଟେ ଅଭିଷେକ ଶେଷ ଥର ପାଇଁ ଫିଲ୍ମ ‘ମନ୍ମରଜିଆଁ’ ‘Manmarziyaan’ ରେ ନଜର ଆସିଥିଲେ। ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍ରେ ଭଲ ଚାଲିଥିଲା।
from Odisha Reporter https://ift.tt/2Tj0nu3
No comments:
Post a Comment