
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଛି।
ଗତକାଲି କାରାଗାରର ଡ୍ରେନ୍ ସଫେଇ କାମ ଚାଲୁଥିବା ବେଳେ କଏଦୀ ଜଣକ ଏହାର ସୁଯୋଗ ନେଇ ଖସିଯାଇଥିବା ଜଣାପଡ଼ିଛି। ତା’ ନାଁ ଅଜିତ ଦକୁଆ। ତା’ ଘର କାଲିମେଳାରେ ବୋଲି ଜଣାପଡ଼ିଛି।
ଏନେଇ ଜେଲ୍ କର୍ତ୍ତୃପକ୍ଷ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଅଜିତକୁ ଖୋଜଖୋଜି କରୁଛି ଓ ଘଟଣାର ତଦନ୍ତ କରୁଛି।
ଗତ ଜାନୁଆରୀ ୧୪ ତାରିଖରେ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ବାଲିମେଳା ଥାନା ପୁଲିସ ଅଜିତକୁ ଗିରଫ କରିଥିଲା।
from Odisha Reporter https://ift.tt/2ECdUmj
No comments:
Post a Comment