ନିରବ ମୋଦି ଓ ଋଣ ଜାଲିଆତି ବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ନିରବ ମୋଦି ଓ ଋଣ ଜାଲିଆତି ବିବାଦ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ଋଣ ଜାଲିଆତି ଘଟଣାର ମୁଖ୍ୟ ଖଳନାୟକ ନିରବ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ସେ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିଲେ।

ଗତବର୍ଷ ଜାନୁଆରୀ ମାସରେ ଏହି ଘଟଣା ସାମ୍ନାକୁ ଆସିବା ବେଳକୁ ନିରବ ଲଣ୍ଡନ ଚାଲିଯାଇଥିଲେ। ତେବେ ପୂରା ବିବାଦ ସମ୍ପର୍କରେ ଆସନ୍ତୁ ଜାଣିବା।

୧: ନିରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକସି ପିଏନବି ଋଣ ଜାଲିଆତି ଘଟଣାରେ ସଂପୃକ୍ତ ରହିଛନ୍ତି। ତାଙ୍କ ନାଁରେ ସିବିଆଇ ଓ ଇଡି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଉଭୟ ଦେଶ ଛାଡ଼ି ଫେରାର ହୋଇଯାଇଛନ୍ତି।

୨: ଗତବର୍ଷ ଜାନୁଆରୀ ମାସରେ ଋଣ ଜାଲିଆତି ତଥ୍ୟ ସାମ୍ନାକୁ ଆସିବା ପୂର୍ବରୁ ନିରବ ଓ ଚୋକସି ଦେଶ ଛାଡ଼ି ଫେରାର ହୋଇଯାଇଥିଲେ।

୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଘଟଣାର ତଦନ୍ତ କରି ଉଭୟ ନିରବ ଓ ଚୋକସିଙ୍କ ବିରୋଧରେ ଗତବର୍ଷ ମେ’ ମାସରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏଥିସହ ଉଭୟଙ୍କ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନ ଜାରି କରିଥିଲା।

୪: ସେପ୍ଟେମ୍ବର ମାସରେ ଭାରତ ସରକାର ବ୍ରିଟେନ୍‌ ସରକାରଙ୍କୁ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତାବ ପଠାଇଥିଲେ। ସେବେଠାରୁ ଏହା ସ୍ଥଗିତ ହୋଇ ରହିଛି।

୫: ୨୦୧୮ ମସିହା ଫେବୃଆରୀ ମାସରେ ଭାରତ ସରକାର ନିରବ ମୋଦିଙ୍କ ପାସପୋର୍ଟ ରଦ୍ଦ କରିଦେଇଥିଲେ। କିନ୍ତୁ ସେ ବ୍ରିଟେନ୍‌ରୁ ବେଶ ଆରାମରେ ଅନ୍ୟ ଦେଶକୁ ଯିବା ଆସିବା କରିପାରୁ ଥିଲେ। ପ୍ରାୟ ୪ଥର ଏଭଳି ଘଟଣା ଘଟିଥିଲା।

୬: ଲଣ୍ଡନର ପଶ୍ଚିମ ଭାଗରେ ଥିବା ଏକ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟରେ ମାସିକ ୧୫ ଲକ୍ଷ ଟଙ୍କା ଭଡ଼ା ଦେଇ ନିରବ ରହୁଥିଲେ।

୭: କିଛି ଦିନ ତଳେ ଲଣ୍ଡନ ରାସ୍ତାରେ ନିରବ ବୁଲୁଥିବା ପ୍ରଥମେ ଜଣେ ସାମ୍ବାଦିକ ଦେଖିଥିଲେ। ଏହାପରେ ତାଙ୍କୁ ପ୍ରତ୍ୟର୍ପଣ ପାଇଁ ଦାବି ତେଜିଥିଲା।

୮: ନିରବ ମୋଦି ଲଣ୍ଡନର ସୋହ ଠାରେ ନୂଆ ହୀରା ବ୍ୟବସାୟ ଆରମ୍ଭ କରିଛନ୍ତି।

୯: ଭାରତର ମୋଷ୍ଟ ୱାଣ୍ଟେଡ୍‌ ନିରବ ମୋଦିଙ୍କୁ ଲଣ୍ଡନରେ କାମ କରିବା ପାଇଁ ବ୍ରିଟେନ୍‌ ସରକାର ଇନସ୍ୟୁରାନ୍ସ ନମ୍ବର ଦେଇଥିଲେ। ଏହାଦ୍ୱାରା ସେ ଅନ୍‌ଲାଇନ୍‌ ଅର୍ଥ ନେଣଦେଶ ବେଶ ଆରାମରେ କରିପାରୁଥିଲେ।



from Odisha Reporter https://ift.tt/2OeVnRo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages