ଝାରଖଣ୍ଡରେ ଛତିଶଗଡ଼ ରଣନୀତି ଆପଣେଇବ ବିଜେପି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଝାରଖଣ୍ଡରେ ଛତିଶଗଡ଼ ରଣନୀତି ଆପଣେଇବ ବିଜେପି !

ରାଞ୍ଚି: ସାଧାରଣ ନିର୍ବାଚନରେ ବିଜେପି ଝାରଖଣ୍ଡରେ ଛତିଶଗଡ଼ ଶୈଳୀ ଆପଣାଇ ସବୁ ଦଳୀୟ ସାଂସଦଙ୍କ ଟିକଟ କାଟିପାରେ। ଅର୍ଥାତ୍ ଦଳ ନୂଆ ମୁହଁକୁ ନେଇ ୧୭ତମ ସାଧାରଣ ନିର୍ବାଚନ ଲଢ଼ିବାକୁ ରଣନୀତି ପ୍ରସ୍ତୁତ କରୁଥିବା ଜାଣିବାକୁ ମିଳିଛି। ସୂଚନାଯୋଗ୍ୟ, ବିଭିନ୍ନ ଲୋକସଭା ଆସନରେ କ୍ଷମତା ବିରୋଧୀ ହାୱା ରହିଥିବାରୁ ଏପରି ନିଷ୍ପତ୍ତି କେନ୍ଦ୍ର ବିଜେପି ନେଉଥିବା ଜଣାପଡ଼ିଛି।

ମଙ୍ଗଳବାର ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ବିଜେପି ରାଜ୍ୟ ସଭାପତି ଲକ୍ଷ୍ମଣ ଗିଲୁୱା ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ସହ ଆଲୋଚନା କରିବା ପରେ ଏପରି ନିର୍ଯ୍ୟାସ ବାହାରିଥିବା ଜଣାପଡ଼ିଛି।

ଝାରଖଣ୍ଡର ୪ ସାଂସଦ- ରାଞ୍ଚିର ରାମ ତହଲ ଚୌଧୁରୀ, ଧାନବାଦର ଟି.ଏନ ସିଂହ, କୋଡର୍ମାର ସାଂସଦ ରଵୀନ୍ଦ୍ର କୁମାର ରାୟ ଏବଂ ଖୁଣ୍ଟିର ସାଂସଦ କରିଆ ମୁଣ୍ଡାଙ୍କ ଟିକଟ ଏଥର କଟିବ ବୋଲି ଜଣାପଡ଼ିଛି।

ତେବେ ପ୍ରଥମଥର ପାଇଁ ଝାରଖଣ୍ଡରେ ବିଜେପି ଅଲ୍ ଝାରଖଣ୍ଡ ଷ୍ଟୁଡେଣ୍ଟସ ୟୁନିଅନ(ଏଜେଏସୟୁ) ସହ ମେଣ୍ଟ କରି ସାଧାରଣ ନିର୍ବାଚନ ଲଢ଼ିବାକୁ ଯାଉଛି। ବିଜେପି ୧୪ଟି ଲୋକସଭା ଆସନରୁ ୧୩ଟିରେ ପ୍ରାର୍ଥୀ ଦେବାକୁ ଥିବାବେଳେ ଗିରିଡିହ ଆସନ ସହଯୋଗୀ ଦଳକୁ ଛାଡ଼ିବ ବୋଲି ନିଷ୍ପତ୍ତି ହୋଇଛି।



from Odisha Reporter https://ift.tt/2HvDHk0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages