ଦେଶର ସେନା ଓ ସୁରକ୍ଷା ବାହିନୀଙ୍କ ଗହଣରେ ପୁଅ ବାହାଘରର ଖୁସି ବାଣ୍ଟିଲେ ନୀତା ଓ ମୁକେଶ ଅମ୍ବାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଦେଶର ସେନା ଓ ସୁରକ୍ଷା ବାହିନୀଙ୍କ ଗହଣରେ ପୁଅ ବାହାଘରର ଖୁସି ବାଣ୍ଟିଲେ ନୀତା ଓ ମୁକେଶ ଅମ୍ବାନୀ

nita

ମୁମ୍ବାଇ: ବିଭିନ୍ନ ସୁରକ୍ଷା ବାହିନୀ ଓ ସେନା ପ୍ରତି ସମ୍ମାନ ଜଣାଇ ମଙ୍ଗଳବାର ସନ୍ଧ୍ୟାରେ ସେନା ବାହିନୀ, ନୌବାହିନୀ, ଅର୍ଦ୍ଧସାମରିକ ବଳ, ମୁମ୍ବାଇ ପୁଲିସ୍‌ ଓ ରେଳ ସୁରକ୍ଷା ବଳ ଇତ୍ୟାଦିରେ କାର୍ଯ୍ୟ କରୁଥିବା ସହସ୍ରାଧିକ ଅଧିକାରୀ, କର୍ମଚାରୀ ଏବଂ ସେମାନଙ୍କ ପରିବାର ସହିତ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ସେମାନଙ୍କ ପୁଅ ବିବାହର ଖୁସି ବାଣ୍ଟିଛନ୍ତି।

nitaandmukeshଏହି ଅବସରରେ ନୀତା ଅମ୍ବାନୀ କହିଥିଲେ,“ଆମ ସାଙ୍ଗରେ ଆମ ଉତ୍ସବରେ ଆମ ସହର ତଥା ଦେଶର ସୁରକ୍ଷାକର୍ତ୍ତାମାନେ ସାମିଲ ହୋଇଥିବାରୁ ଆମେ ଉଲ୍ଲାସିତ। ଏଥିପାଇଁ ଆମେ ସମ୍ମାନିତ ଅନୁଭବ କରୁଛୁ। ଏହା ଆମ ପାଇଁ ଏକ ଭାବନାତ୍ମକ ଓ ଆନନ୍ଦର ଅବସର। ଆମେ ଆଶା କରୁଛୁ ଆମ ସମସ୍ତଙ୍କୁ ନିତିଦିନ ଗର୍ବିତ କରୁଥିବା ଏହି ନାୟକମାନେ ଆକାଶ ଓ ଶ୍ଳୋକଙ୍କୁ ସେମାନଙ୍କ ଆଶୀର୍ବାଦ ପ୍ରଦାନ କରିବେ।”

nita2ସେ ଆହୁରି କହିଥିଲେ, ଆମ ପରିବାର ମୁମ୍ବାଇ ସହରର ସାମାଜିକ ଓ ସାଂସ୍କୃତିକ ଧାରା ସହିତ ବେଶ୍‌ ପରିଚିତ। ଏ ସହରକୁ ପରିଚାଳନା ଓ କାର୍ଯ୍ୟକ୍ଷମ କରୁଥିବା ସମସ୍ତ ବ୍ୟକ୍ତି, ବିଶେଷ କରି ପୁଲିସ୍‌, ସେନା ବାହିନୀ ଏବଂ ଅନ୍ୟ କର୍ମଚାରୀମାନଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି। ସେମାନଙ୍କ ପ୍ରତି ଆମେ କୃତଜ୍ଞତା।

09ଧିରୁଭାଇ ଅମ୍ବାନୀ ସ୍କୋୟାରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ରହିଥିଲା ସ୍ୱତନ୍ତ୍ର ମ୍ୟୁଜିକାଲ୍‌ ଫାଉଣ୍ଟେନ ଶୋ ‘ଅନନ୍ତ ପ୍ରେମ’, ଯାହା ଶ୍ରୀକୃଷ୍ଣଙ୍କ ରାସଲୀଳା ଥିମ୍‌ରେ ନୀତା ଅମ୍ବାନୀଙ୍କ ଦ୍ୱାରା ନୈସର୍ଗିକ ପ୍ରେମର ନିଦର୍ଶନ ସ୍ୱରୂପ ପରିକଳ୍ପନା କରାଯାଇଥିଲା।



from Odisha Reporter https://ift.tt/2Huevts

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages