ଦୁଇଟି ଟ୍ରକ୍‌ ମଧ୍ୟରେ ଧକ୍କା ହେଲା, ଜୀବନ ହରାଇଲେ ରାସ୍ତାକଡ଼ରେ ଥିବା ଆଉ ଜଣେ ଡ୍ରାଇଭର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଦୁଇଟି ଟ୍ରକ୍‌ ମଧ୍ୟରେ ଧକ୍କା ହେଲା, ଜୀବନ ହରାଇଲେ ରାସ୍ତାକଡ଼ରେ ଥିବା ଆଉ ଜଣେ ଡ୍ରାଇଭର

busbus

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେଲା। ହେଲେ ଜୀବନ ହରାଇଲେ ରାସ୍ତାକଡ଼ରେ ନିଜ ଟ୍ରକ୍‌ର ଚକା ସଜାଡ଼ୁଥିବା ଆଉ ଜଣେ ଡ୍ରାଇଭର। ଏହି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର-ସୋନପୁର ୨୬ ନମ୍ବର ରାଜପଥର ସୁଦପଡ଼ା କଲ୍ୟାଣ ମଣ୍ଡପ ନିକଟରେ।

ମୃତ ଡ୍ରାଇଭରଙ୍କ ନାଁ ସରତାଜ୍‌ ସିଂହ। ସେ ପଞ୍ଜାବରୁ ଏକ କୋଇଲା ବୋଝେଇ ଟ୍ରକ୍ ଧରି ଝାରସୁଗୁଡ଼ା ଅଭିମୁଖେ ଯାଉଥିଲେ। ରାତିପ୍ରାୟ ୩ଟା ବେଳେ ସୁଦପଡ଼ା କଲ୍ୟାଣ ମଣ୍ଡପ ନିକଟରେ ତାଙ୍କ ଚକା ଲିକ୍ ହୋଇଯାଇଥିଲା। ଫଳରେ ସରତାଜ୍‌ ସେଠାରେ ଓହ୍ଲାଇ ଉକ୍ତ ଚକାକୁ ଖୋଲି ଆଉ ଏକ ଚକା ଲାଗାଉଥିଲେ। ଏହି ସମୟରେ ସେହି ରାସ୍ତାରେ ଉଭୟ ଦିଗରୁ ଆସୁଥିବା ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା। ଟ୍ରକ୍‌ ଦୁଇଟି ମଧ୍ୟରେ ଧକ୍କା ହେବା ପରେ ସେଥିରୁ ଗୋଟିଏ ସରତାଜ୍‌ଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

deadbodyସେହିପରି ଦୁର୍ଘଟଣା ପରେ ଅନ୍ୟ ଗୋଟିଏ ମାଲ୍‌ ବୋଝେଇ ଟ୍ରକ୍ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ଏହି ଟ୍ରକ୍‌ରେ ଫସି ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାଁ ସୁନୀଲ କୁମାର ପାତ୍ର। ତାଙ୍କ ଘର କାକଟପୁରରେ ବୋଲି ଜଣାପଡ଼ିଛି। ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ୍‌ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସରତାଜ୍‌ଙ୍କ ଉପରେ ମାଡ଼ି ଯାଇଥିବା ଟ୍ରକର ଡ୍ରାଇଭରଙ୍କୁ ଟାଉନ୍‌ ଥାନା ପୁଲିସ୍ ଅଟକ ରଖିଛି। ତାଙ୍କର ହିଁ ଭୁଲ୍ ଥିଲା ବୋଲି ସରତାଜ୍‌ଙ୍କ ସାଥୀ ଡ୍ରାଇଭର ଗୁର୍‌ଜିତ ସିଂହ କହିଛନ୍ତି।



from Odisha Reporter https://ift.tt/2HurpYb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages