ହାତୀ ଭାଙ୍ଗି ଦେଲେ ଘର, କାନ୍ଥ ପଡ଼ି ଶିଶୁପୁତ୍ରର ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ହାତୀ ଭାଙ୍ଗି ଦେଲେ ଘର, କାନ୍ଥ ପଡ଼ି ଶିଶୁପୁତ୍ରର ମୃତ୍ୟୁ

death

ବଣାଇ(ରଣଜିତ୍‌ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜରେ ଥିବା ବରଘାଟ ଗାଁରେ ମାତିଛନ୍ତି ହାତୀ। ଗତକାଲି ବିଳମ୍ୱିତ ରାତିରେ ଆଠରୁ ଦଶଟି ହାତୀ ଗାଁରେ ପଶିଥିଲେ। ହାତୀମାନେ ଗାଁର ସୁରେନ୍ଦ୍ର ପାତ୍ରଙ୍କ ଘର କାନ୍ଥ ଭାଙ୍ଗି ଦେବାରୁ ତାଙ୍କ ୭ ବର୍ଷର ପୁଅର ମୃତ୍ୟୁ ଘଟିଛି।

ସୁରେନ୍ଦ୍ରଙ୍କ ପରିବାର ଲୋକେ ଶୋଇଥିବା ବେଳେ ହାତୀ ତାଙ୍କ ଘରର କାନ୍ଥ ଭାଙ୍ଗି ଦେଇଥିଲା। କାନ୍ଥ ଭାଙ୍ଗି ତାଙ୍କ ପୁଅ ଉପରେ ପଡ଼ିଯାଇଥିଲା।

ବନବିଭାଗ କର୍ମଚାରୀମାନେ ଖବର ପାଇବା ପରେ ଗାଁକୁ ଆସିଥିଲେ ଓ ଗୁରୁତର ଅବସ୍ଥାରେ ପିଲାଟିକୁ ବଣାଇ ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।



from Odisha Reporter https://ift.tt/2UnnPmc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages