
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ସମାଜ ସେବା କରିବା ଓ ଦେଶରେ ଲୋକଙ୍କୁ ସାମାଜିକ ବାର୍ତ୍ତା ଦେବାରେ ଖୁବ୍ ବିଶ୍ୱାସ ରଖନ୍ତି। ସେ ତାଙ୍କର ଅନେକ ଫିଲ୍ମ ଜରିଆରେ ଲୋକମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିଥାନ୍ତି।
ନିକଟରେ ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କୁ ସେ ୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ।
ଏବେ ଅକ୍ଷୟ ଏକ ସାମୂହିକ ବିବାହରେ ନବ ଦମ୍ପନ୍ତିଙ୍କୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।
ନିକଟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ମଧ୍ୟରେ ସାମୂହିକ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ପ୍ରତ୍ୟେକ ଦମ୍ପତିଙ୍କୁ ଉପହାର ସ୍ୱରୂପ ଏହି ଟଙ୍କା ଦେଇଥିଲେ।
ଅକ୍ଷୟ ନବବଧୂଙ୍କ ଆକାଉଣ୍ଟ୍ରେ ୧ଲକ୍ଷଟଙ୍କା ଡିପୋଜିଟ୍ କରିଦେଇଥିଲେ। ଏହାକୁ ସେ ନିଜ ତରଫରୁ ନବବଧୂଙ୍କ ପାଇଁ ଉପହାର ବୋଲି କହିଥିଲେ। ଅକ୍ଷୟଙ୍କ ଏମିତି ସେବା ପଛର କାରଣ ବିଷୟରେ ବି କହିଥିଲେ। ଅକ୍ଷୟଙ୍କ କହିବା ଅନୁଯାୟୀ, ନବ ଦମ୍ପତ୍ତି ନିଜର ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ସେମାନଙ୍କୁ ବାହାଘରରୁ ସ୍ମରଣୀୟ କରିବାକୁ ସେ ଚାହୁଁଥିଲେ। ତେବେ ତାଙ୍କୁ ତାଙ୍କ ନୂଆ ଜୀବନ ଆରମ୍ଭ କରିବା ବେଳେ ଯେମିତି କୌଣସି ଅସୁବିଧା ନହେଉ ସେଥିପାଇଁ ମୁଁ ସେମାନଙ୍କୁ ଏହି ସହାୟତା ପ୍ରଦାନ କରିଛି।
ସୂଚନାଯୋଗ୍ୟ ଯେ, ଅକ୍ଷୟଙ୍କର ‘ଭାରତ କୀ ବୀର’ ନାମକ ଏକ ଆପ୍ବି ଯବାନ୍ଙ୍କ ପରିବାଙ୍କୁ ସହାୟତା କରିଥାଏ। ଏହି ଆପ୍ ଗୋଟିଏ ଟ୍ରଷ୍ଟ ଯାହାକି ଯାହା ଦେଶର ସହିଦ୍ଙ୍କ ଉପରିବାରଙ୍କୁ ଆର୍ଥିକ ସହାଯ୍ୟ କରିଥାଏ। ଏଥିରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ, ବିଏସ୍ଏଫ୍, ସ୍ଆର୍ପିଏଫ୍, ସିଆଇଏସ୍ଏଫ୍, ଆଇଟିବିପି, ଏନ୍ଡିଆର୍ଏଫ୍, ଏନ୍ଏସ୍ଜି ସହିଦ୍ଙ୍କ ପରିବାରକୁ ସହଯୋଗ କରାଯାଇଥାଏ।
ଆଗକୁ ଅକ୍ଷୟ ଦୁଇ ଟି ବଡ଼ ଫିଲ୍ମରେ ନଜର ଆସିବେ। ପ୍ରଥମଟି ଫିଲ୍ମ ‘କେଶରୀ’ ଓ ଦ୍ୱିତୀୟଟି ଫିଲ୍ମ ‘ସୂର୍ଯ୍ୟବଂଶୀ’। ନିକଟରେ ତାଙ୍କ ଫିଲ୍ମ ‘କେଶରୀ’ର ଟ୍ରେଲର ରିଲିଜ୍ ହୋଇଯାଇଛି।
from Odisha Reporter https://ift.tt/2GURhwO
No comments:
Post a Comment