ପ୍ରତି ଦିନ ଖାଆନ୍ତୁ ୩ଟି ବେଲପତ୍ର: ମିଳିବ ଚମତ୍କାରୀ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ପ୍ରତି ଦିନ ଖାଆନ୍ତୁ ୩ଟି ବେଲପତ୍ର: ମିଳିବ ଚମତ୍କାରୀ ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଲପତ୍ର ହେଉଛି ଭଗବାନ ଶିବଙ୍କର ଅତି ପ୍ରିୟ । ଏହି ପତ୍ର ଶିବଙ୍କ ମସ୍ତକରେ ଲାଗିହେଇଥାଏ। ଆୟୁର୍ବେଦ ଶାସ୍ତ୍ରରେ ମଧ୍ୟ ବେଲପତ୍ରର ମହତ୍ତ୍ୱ ବର୍ଣ୍ଣନା କରାଯାଇଛିI ଏଥିରେ ଔଷଧୀୟ ଗୁଣ ଭରପୁର ହେଇ ରହିଥିବାରୁ ଏହାକୁ ଆୟୁର୍ବେଦରେ ଶ୍ରେଷ୍ଠ ବୃକ୍ଷର ମର୍ଯ୍ୟାଦା ଦିଆଯାଇଛି। ବେଲପତ୍ରରେ ଭିଟାମିନ ଏ, ବି, ସି, କ୍ୟାଲସିଅମ୍ ଏବଂ ଆଇରନ୍ ରହିଥାଏI ବେଲପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏI ଆସନ୍ତୁ ଜାଣବା ବେଲ ପତ୍ର ଦ୍ୱାରା ଆମର କ’ଣ ଉପକାର ହୁଏ।

୧) ସକାଳୁ ତିନି ଚାରିଟି ବେଲପତ୍ର ଖାଇବା ଦ୍ୱାରା ପେଟଜନିତ ରୋଗ ଯଥା ବଦହଜମି ,ଏସିଡ଼ି ,ଗ୍ୟାସ୍‌ ଏସବୁ ହେବାର ସମ୍ଭାବନା ନଥାଏ । ଯଦି ଶରୀରରେ ଏସବୁ ରୋଗ ଥାଏ ତେବେ ବେଲପତ୍ର ଖାଇବା ଦ୍ୱାରା ଏହା ନିୟନ୍ତ୍ରଣ ହେଇଥାଏ।

୨) ହୃଦ୍‌ରୋଗୀ ଓ ଡାଇବେଟିସ୍‌ ରୋଗୀ ମଧ୍ୟ ପ୍ରତିଦିନ ବେଲ ପତ୍ର ଖାଇବା ଦରକାର। ଏହା ଦ୍ୱାରା ରକ୍ତଚାପ ଓ ଡାଇବେଟିସ୍‌ ନିୟନ୍ତ୍ରଣରେ ରହେ। ଫଳରେ ହୃଦ୍‌ଘାତର ଆଶଙ୍କା କମି ଯାଇଥାଏ।

୩) ଯଦି ଆପଣ ପାଇଲ୍ସ ରୋଗରେ ଆକ୍ରାନ୍ତ, ତେବେ ପ୍ରତିଦିନ ବେଲ ପତ୍ର ଖାଆନ୍ତୁ ଆପଣଙ୍କୁ ବହୁତ ସୁଫଳ ମିଳିବ। ଏହା ବ୍ୟତୀତ ଆପଣ ବେଲ ଗଛର ମୂଳକୁ ଶୁଖାଇ ସେଥିରେ ମିଶ୍ରି ମିଶାଇ ଗୁଣ୍ଡ କରି ନିଅନ୍ତୁ। ଏହି ଗୁଣ୍ଡକୁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଥଣ୍ଡା ପାଣିରେ ମିଶାଇ ପିଅନ୍ତୁ। ଏହା କରିବା ଦ୍ୱାରା ଆପଣ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ।

୪) ସାଧାରଣତଃ ଅନେକ ଲୋକଙ୍କ ଶରୀରରୁ ଦୁର୍ଗନ୍ଧ ବାହାରିଥାଏ। ଯେତେ ପରିସ୍କାର ହେଲେ ମଧ୍ୟ ଖରାପ ବାସ୍ନା ରହିଥାଏ। ତେବେ ଗାଧୋଇବା ପୂର୍ବରୁ ବେଲପତ୍ର ରସକୁ ଶରୀରରେ ମାଲିସ୍ କରି ଏକ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ ଏବଂ ପରେ ଗାଧୋଇବା ଦ୍ୱାରା ଶରୀରରୁ ଦୁର୍ଗନ୍ଧ ଦୂର ହେଇଥାଏ I

୫) ଯଦି ଆପଣଙ୍କର କେଶ ଝଡ଼ିବା ଭଳି ସମସ୍ୟା ଅଛି, ତା’ହେଲେ ସତେଜ ବେଲ ପତ୍ର ଖାଆନ୍ତୁ। ଏହା ଦ୍ୱାରା କେଶ ଝଡ଼ିବା କମିଯିବ।

୬) ଆପଣଙ୍କ ଶରୀରରେ ଯଦି ବ୍ରଣ କିମ୍ବା ଯାଦୁ କାଛୁ କୁଣ୍ଡିଆ ହୋଇଥାଏ ତେବେ ସେହି ସ୍ଥାନରେ ବେଲପତ୍ର ରସ ଲଗାଇବା ଦ୍ୱାରା ଦାଗ ସମ୍ପୂର୍ଣ୍ଣ ଦୂର ହେଇଥାଏ I



from Odisha Reporter https://ift.tt/2FHW2Z0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages