
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ବଡ ଧରଣର ଲୁଟ୍ ହୋଇଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ଇନ୍ଦ୍ରଧନୁ ମାର୍କେଟରେ ଥିବା ଏକ ଜୁଏଲାରୀ ଦୋକାନ ଆଗରୁ ୨୫ ଲକ୍ଷ ଟଙ୍କାର ସୁନା ଲୁଟି ନେଇଛନ୍ତି ଲୁଟେରା। ସୁନା ଭର୍ତ୍ତି ବ୍ୟାଗକୁ ତଳେ ରଖି ଗହଣା ଦୋକାନୀ ଦୋକାନରେ ତାଲା ପକାଉଥିବା ବେଳେ ଲୁଟେରାମାନେ ଏହି ସୁନା ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ। ଗତକାଲି ରାତିରେ ଏହି ଘଟଣା ଘଟିଛି।
ଏନେଇ ନୟାପଲ୍ଲୀ ଥାନାରେ ଜୁଏଲାରୀ ଦୋକାନର ମାଲିକ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି। ତେବେ ଲୁଟ୍ ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା ଜଣାପଡିଛି।
from Odisha Reporter https://ift.tt/2Ou52nc
No comments:
Post a Comment