ମିରୱେଜ୍‌ ଏବଂ ଗିଲାନୀଙ୍କ ପୁଅକୁ ଏନ୍‌ଆଇଏ ସମନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ମିରୱେଜ୍‌ ଏବଂ ଗିଲାନୀଙ୍କ ପୁଅକୁ ଏନ୍‌ଆଇଏ ସମନ୍

ଶ୍ରୀନଗର: ହୁରିୟାତ୍ କନ୍‌ଫରେନ୍ସ ଅଧ୍ୟକ୍ଷ ମିରୱେଜ୍‌ ଉମର ଫାରୁକ୍ ଏବଂ ପାକିସ୍ତାନର ସମର୍ଥକ ତଥା ବିଚ୍ଛିନ୍ନତାବାଦୀ ନେତା ସୟଦ୍‌ ଅଲ୍ଲୀ ଶାହ ଗିଲାନୀଙ୍କ ପୁଅକୁ ଆତଙ୍କବାଦୀଙ୍କ ପାଇଁ ଅର୍ଥ ଯୋଗାଡ଼ ଅପରାଧରେ ସମନ୍‌ କରିଛି ଏନ୍‌ଆଇଏ। ସେମାନଙ୍କୁ ଦିଲ୍ଲୀଠାରେ ଜେରା କରାଯିବାର ସୂଚନା ମିଳିଛି।

ମିରୱେଜ୍‌ ଏବଂ ନସୀମ୍ ଗିଲାନୀଙ୍କୁ ଏକ ନୋଟିସ୍ କରାଯାଇ ଏନ୍‌ଆଇଏ କହିଛି ସେମାନେ ଏହି ତଦନ୍ତକାରୀ ସଂସ୍ଥାର ନୂଆଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

ପୂର୍ବରୁ ବିଚ୍ଛିନ୍ନତାବାଦୀଙ୍କ ସୁରକ୍ଷା ପ୍ରତ୍ୟାହାର କରାସରିଥିବାବେଳେ ଗତ ୨୬ ତାରିଖରେ ମିରୱେଜ୍‌ଙ୍କ ଘର ସମେତ ବିଭିନ୍ନ ବିଚ୍ଛିନ୍ନତାବାଦୀ ନେତାଙ୍କ ଠିକଣାରେ ପୁଲିସ୍ ଏବଂ ସିଆରପିଏଫଙ୍କ ସହଯୋଗରେ ଏନ୍‌ଆଇଏ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏଥିରେ ଜେକେଏଲ୍‌ଏଫ୍‌ ନେତା ୟାସୀନ୍ ମଲ୍ଲିକ, ଶବିର ଶାହ ଏବଂ ମସରତ୍ ଆଲାମଙ୍କ ଘରେ ଚଢ଼ଉ ହୋଇଥିଲା।

ଏଏନ୍‌ଆଇର ତଦନ୍ତର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦ ପାଇଁ, ସୁରକ୍ଷା କର୍ମୀଙ୍କ ଉପରେ ଢେଲାମାଡ଼ ପାଇଁ, ସ୍କୁଲ ପୋଡ଼ି ଏବଂ ସରକାରୀ କାର୍ଯ୍ୟାଳୟରେ ହଙ୍ଗାମା ପାଇଁ ନିବେଶ କରୁଥିବା ଲୋକଙ୍କୁ ଚିହ୍ନଟ କରିବା।



from Odisha Reporter https://ift.tt/2Tyw9mc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages