ପାକିସ୍ତାନ ଡ୍ରୋନ୍‌କୁ ଖସାଇଲା ବାୟୁସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ପାକିସ୍ତାନ ଡ୍ରୋନ୍‌କୁ ଖସାଇଲା ବାୟୁସେନା

ଜୟପୁର: ଗୋଟିଏ ପଟେ ଶାନ୍ତିର କଥା କହୁଥିବା ପାକିସ୍ତାନ ଆଜି ପୁଣିଥରେ ସୀମା ଲଙ୍ଘିଛି। ଆଜି ପାକିସ୍ତାନର ଏକ ଡ୍ରୋନ୍‌ ଭାରତୀୟ ବାୟୁସୀମାକୁ ଉଲ୍ଲଙ୍ଘନ କରିଥିଲା।

ତେବେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଏହି ଡ୍ରୋନ୍‌କୁ ଗୁଳି କରି ଖସାଇ ଦେଇଛନ୍ତି। ଆଜି ସକାଳ ପ୍ରାୟ ୧୧.୩୦ରେ ରାଜସ୍ଥାନଠାରେ ଥିବା ଭାରତ ଓ ପାକ୍‌ ସୀମାରେ ଏକ ଉଡ଼ନ୍ତା ଜିନିଷ ଠାବ କରାଯାଇଥିଲା। ଏହା ପାକିସ୍ତାନ ସୀମାରୁ ଉଡ଼ାଣ ଭରି ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା। ଏହି ଡ୍ରୋନ୍‌ଟି ଅଧିକ ବାଟ ଯିବା ପୂର୍ବରୁ ସୀମାରେ ସକ୍ରିୟ ଥିବା ବାୟୁସେନା ବିମାନ ଏହାକୁ ଗୁଳି କରି ଖସାଇ ଦେଇଥିଲେ।

ଆଜି ସକାଳେ ବାୟୁସେନା ଡ୍ରୋନ୍‌କୁ ଠାବ କରିବା ପରେ ବିକାନେର ଠାରେ ଥିବା ନାଲ ବାୟୁସେନା ଷ୍ଟେସନ୍‌ରୁ ସୁଖୋଇ ଏସ୍‌ୟୁ-୩୦ଏମ୍‌କେଆଇ ଏହାର ମୁକାବିଲା କରିବାକୁ ବାହାରିଥିଲା।

ସୁଖୋଇ ବିମାନଟି ଏୟାରୁ ଟୁ ଏୟାର ମିସାଇଲ୍‌ ମାଡ଼ କରି ଡ୍ରୋନ୍‌ଟିକୁ ଖସାଇ ଦେଇଥିଲା। ଏହି ଡ୍ରୋନ୍‌ର ଭଗ୍ନାଂବଶେଷ ପାକିସ୍ତାନ ସୀମାରେ ପଡ଼ିଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଘଟଣା ପରେ ପାକିସ୍ତାନ ସୋଶାଲ୍‌ ମିଡିଆ ବେଶ ସକ୍ରିୟ ହୋଇଯାଇଥିଲା। ଭାରତୀୟ ବାୟୁସେନା ଆଉ ଥରେ ଏୟାର ଷ୍ଟ୍ରାଇକ୍‌ କଲା ବୋଲି ପାକିସ୍ତାନୀମାନେ ସୋଶାଲ୍‌ ମିଡିଆରେ ପ୍ରଚାର ଆରମ୍ଭ କରିଦେଇଥିଲେ।

କିଛି ଲୋକ ଡ୍ରୋନ୍‌ର ଭଗ୍ନାବଶେଷକୁ ଭାରତୀୟ ବାୟୁସେନା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ବୋମା ମାଡ଼ କରିଛି ବୋଲି ଦର୍ଶାଇ ସୋଶାଲ୍‌ ମିଡିଆରେ ପୋଷ୍ଟ କରିଥିଲେ।



from Odisha Reporter https://ift.tt/2EyNlOG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages