ବିମାନରୁ ଖାଦ୍ୟ ସାମଗ୍ରୀ ଓ ରାସନ୍‌ ଚୋରି: ୪ କର୍ମଚାରୀ ଦଣ୍ଡିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ବିମାନରୁ ଖାଦ୍ୟ ସାମଗ୍ରୀ ଓ ରାସନ୍‌ ଚୋରି: ୪ କର୍ମଚାରୀ ଦଣ୍ଡିତ

ନୂଆଦିଲ୍ଲୀ: ବିମାନରେ ଯାତ୍ରୀମାନଙ୍କ ପାଇଁ ରହିଥିବା ଖାଦ୍ୟ ଓ ଶୁଖିଲା ରାସନ୍‌ ସାମଗ୍ରୀ ଚୋରି କରିବା ଅଭିଯୋଗରେ ଏୟାର ଇଣ୍ଡିଆ ତା’ର ୪ ଜଣ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

୨୦୧୭ ଅଗଷ୍ଟ ମାସରେ ତତ୍କାଳୀନ ଏୟାର ଇଣ୍ଡିଆ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି କହିଥିଲେ, ବିମାନ ଆସିବା ପରେ କିଛି ଗ୍ରାଉଣ୍ଡ ଷ୍ଟାଫ୍‌ ଓ ଅଫିସର ଯାତ୍ରୀମାନଙ୍କୁ ପରସା ଯାଇ ନଥିବା ଖାଦ୍ୟ ଓ ରାସନ୍‌ ସାମଗ୍ରୀ ନେଉଥିଲେ। ଏମାନେ ଏହି ଖାଦ୍ୟକୁ ନିଜେ ବ୍ୟବହାର କରୁଥିବାରୁ ଏୟାର ଇଣ୍ଡିଆ ୪ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। କ୍ୟାଣ୍ଟିନ୍‌ ଦାୟିତ୍ୱରେ ଥିବା ୨ ଜଣ ଓ ୨ ଜଣ କ୍ୟାବିନ୍‌ କ୍ରୁ ଏଭଳି କାର୍ଯ୍ୟ କରୁଥିଲେ। ଏମାନଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନିଲମ୍ବିତ କରାଯାଇଛି।



from Odisha Reporter https://ift.tt/2TfVuSF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages