
ନୂଆଦିଲ୍ଲୀ : ଏଚ୍ଆଇଭି ଏଡ୍ସ ଏକ ଏମିତି ରୋଗ ଯାହାର ନାଁ ଶୁଣିଲେ ହିଁ ଲୋକେ ଡ଼ରି ଯାଇଥାନ୍ତି। ଏହି ରୋଗରେ ପୀଡିତ ରୋଗୀ ମାନଙ୍କ ସହ କେହି କଥାବାର୍ତ୍ତା କରିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। କିଛି ଲୋକ ଅଛନ୍ତି ଯେଉଁମାନେ ଏଚ୍ଆଇଭି ରୋଗୀଙ୍କୁ ଘୃଣ୍ୟ ନଜରରେ ଦେଖନ୍ତି। ଏହି ରୋଗ ପାଇଁ କୌଣସି ସ୍ଥାୟୀ ଚିକିତ୍ସା ଏ ପର୍ଯ୍ୟନ୍ତ ବାହାରି ପାରି ନଥିବା ବେଳେ ଏହି ରୋଗ ହେଲେ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ନିଜେ ଜଣେ ଏଚ୍ଆଇଭି ପୀଡ଼ିତ ବୋଲି ଜାଣିବା ପରେ ଜଣେ ମହିଳା ଯାହା କରିଛନ୍ତି, ତା’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଅନ୍ୟର ଜୀବନ ବଞ୍ଚାଇବା ପାଇଁ କିଡ୍ନୀର ଆବଶ୍ୟକତା ଥିବା ଜାଣି ଜଣେ ଏଚ୍ଆଇଭି ପୀଡ଼ିତ ମହିଳା ନିଜ କିଡ୍ନୀ ଦାନ କରିଛନ୍ତି । ୩୫ ବର୍ଷୀୟ ନୀନା ମାରାଟିନେଜ୍ ଜଣେ ଏଚ୍ଆଇଭି ରୋଗୀଙ୍କୁ ହିଁ କିଡ୍ନୀ ଦେଇଥିବା ଜଣାପଡ଼ିଛି । ସୋମବାର ନୀନାଙ୍କର ସଫଳ ଅସ୍ତ୍ରୋପଚାର କରାଯିବା ସହ କିଡ୍ନୀ କଢ଼ାଯାଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଯେଉଁ ରୋଗୀଙ୍କୁ ନୀନା କିଡ୍ନୀ ଦେଇଛନ୍ତି ତାଙ୍କୁ ଏବେ ଡାୟାଲିସିସ୍ କରିବାକୁ ପଡ଼ିବ ନାହିଁ ବୋଲି ଡ଼ାକ୍ତର କହିଛନ୍ତି । ଏକ ସାକ୍ଷାତକାର ଦେଇ ନିଜର ଏଭଳି କାମ କରିବା ପଛର କାରଣ ଜଣାଇଛନ୍ତି ନୀନା ।
ତାଙ୍କ କହିବା ଅନୁଯାୟୀ, ଲୋକାମାନେ ମୋ ଭଳି ଏଚ୍ଆଇଭି ପୀଡ଼ିତ ଲୋକମାନଙ୍କୁ ମୃତ୍ୟୁର ଉତ୍ସ ବୋଲି ଭାବିଥାନ୍ତି । କିନ୍ତୁ ମୁଁ ଜଣଙ୍କ ଜୀବନ ବଞ୍ଚାଇ ସେଭଳି ଚିନ୍ତାଧାରାକୁ ବଦଳାଇବାକୁ ଚେଷ୍ଟା କରିଛି । ଛୋଟ ବେଳେ ଭୁଲ ରକ୍ତ ଚଢ଼ାଇ ଦିଆଯିବା ପରେ ମୁଁ ଏଚ୍ଆଇଭିର ଶିକାର ହୋଇଥିବା ସେ କହିଛନ୍ତି ।
from Odisha Reporter https://ift.tt/2THkTQx
No comments:
Post a Comment