
କୋଣାର୍କ (ସଞ୍ଜୟ ପତି): ବେଗୁନିଆ-ପାଟେଳିଆ ରାସ୍ତାରେ କାର୍ ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ରବୀନ୍ଦ୍ର ଭୋଇ। ତାଙ୍କ ଘର ପାଟେଳିଆ ଗାଁରେ।
ରବୀନ୍ଦ୍ର ପାଟେଳିଆରୁ ବେଗୁନିଆ ଆସୁଥିବା ବେଳେ କାର୍ଟି ତାଙ୍କୁ ଧକ୍କା ଦେଇଥିଲା। କାର୍ଟି ଭୁବନେଶ୍ୱରରୁ କୋଣାର୍କ ଅଭିମୁଖେ ଯାଉଥିଲା। ଏଥିରେ କିଛି ପର୍ଯ୍ୟଟକ ଥିଲେ ବୋଲି ଜଣାପଡ଼ିଛି।
ଗୋପ ଅଗ୍ନିଶମ ବିଭାଗ କର୍ମଚାରୀମାନେ ରବୀନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ ଓ ଗୋପ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
from Odisha Reporter https://ift.tt/2I1DaFN
No comments:
Post a Comment