
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିକେ ଅଧିକ ଚାଲାକି କରିଥିଲେ। ଭାବିଥିଲେ ତାଙ୍କ ପଗଡ଼ିରେ କେହି ହାତ ମାରିବେନି। କିନ୍ତୁ ଯାଞ୍ଚରେ ଫସିଗଲେ। ତାଙ୍କ ପଗଡ଼ି ଭିତରୁ ବାହାରିଲା ୬୧୦ ଗ୍ରାମ୍ ସୁନା।
ଆଜି ଏ ଘଟଣା ଘଟିଛି ଭୁବନେଶ୍ୱର ବିମାନ ବନ୍ଦରରେ। ଧରାପଡ଼ିଥିବା ଏହି ବ୍ୟକ୍ତିଙ୍କ ନାଁ ଅମରଜିତ୍ ସିଂହ।
ସିଆଇଏସ୍ଏଫ୍ ଅଧିକାରୀମାନେ ତାଙ୍କଠାରୁ ସୁନା ଜବତ କରିଥିଲେ। କଳା ପଗଡ଼ି ଭିତରେ ବ୍ଲାକ୍ଟେପ୍ରେ ସେ ଏହି ସୁନା ବିସ୍କୁଟ୍କୁ ଗୁଡ଼ାଇ ଲୁଚାଇ ରଖିଥିଲେ।
ଅମରଜିତ୍ ବ୍ୟାଙ୍କକରୁ ଆସିଥିଲେ। ସେ ଭୁବନେଶ୍ୱର ଦେଇ ଦିଲ୍ଲୀ ଯାଉଥିବା ବେଳେ ଭୋର ପ୍ରାୟ ୪ଟା ବେଳେ ସିଆଇଏସ୍ଏଫ୍ ଅଧିକାରୀମାନେ ତାଙ୍କୁ ଧରି ଥିଲେ। ତା’ପରେ ତାଙ୍କୁ ବିମାନ ବନ୍ଦରର କଷ୍ଟମ୍ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା।
from Odisha Reporter https://ift.tt/2ugTgDp
No comments:
Post a Comment