ଫ୍ୟାଶନ୍‌ ଡିଜାଇନିଂରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି? ପଢ଼ି ନିଅନ୍ତୁ କ’ଣ ରହିଛି ସୁଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଫ୍ୟାଶନ୍‌ ଡିଜାଇନିଂରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି? ପଢ଼ି ନିଅନ୍ତୁ କ’ଣ ରହିଛି ସୁଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସମୟରେ ଫ୍ୟାଶନ୍ ଡିଜାଇନିଂ କ୍ୟାରିଅର୍ ଯୁବପିଢ଼ିଙ୍କ ପାଇଁ ମୁଖ୍ୟ ଆକର୍ଷଣ। ସିନେମା ଠାରୁ ଆରମ୍ଭ କରି ବିଜ୍ଞାପନ, ସୌନ୍ଦର୍ଯ୍ୟ ପ୍ରତିଯୋଗିତା, ରିଆଲିଟି ଶୋ’ ଆଦି କ୍ଷେତ୍ରରେ ଫ୍ୟାଶନ୍ ଡିଜାଇନର୍‌ଙ୍କ ଚାହିଦା ଦିନକୁ ଦିନ ବଢ଼ିଚାଲିଛି।  ନିର୍ଦ୍ଦିଷ୍ଟ ଧରଣର ଆକର୍ଷଣୀୟ, ସୁନ୍ଦର ଏବଂ ଚାହିଦା ମୁତାବକ ପୋଷାକ ତିଆରି କରିବା ଏହି କ୍ଷେତ୍ରର ପେଷାଦାରମାନଙ୍କ କାର୍ଯ୍ୟ। ଏମାନେ ବ୍ୟକ୍ତିଙ୍କ ପସନ୍ଦ, ଶରୀର ଏବଂ ତ୍ଵଚାକୁ ଖାପ୍ ଖାଇବା ଭଳି ପୋଷାକ ତିଆରି କରିଥାନ୍ତି।

ଶିକ୍ଷାଗତ ଯୋଗ୍ୟତା: ଫ୍ୟାଶନ୍‌ ଡ଼ିଜାଇନ୍‌ର ହେବା ପାଇଁ ଆପଣଙ୍କୁ ପ୍ରଥମେ ଫ୍ୟାଶନ୍‌ ଡ଼ିଜାଇନିଂ କୋର୍ସ କରିବାକୁ ପଡ଼ିବ। ଏ କ୍ଷେତ୍ରରେ ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍, ସାର୍ଟିଫିକେଟ୍ ଏବଂ ଡିପ୍ଲୋମା କୋର୍ସ ଉପଲବ୍ଧ। ଅଣ୍ଡର ଗ୍ରାଜୁଏଟ୍ କୋର୍ସ ପାଇଁ ପଚାଶ ଶତକଡା ମାର୍କ ସହିତ ଯୁକ୍ତ ଦୁଇ ପାସ୍ କରିଥିବା ନିହାତି ଆବଶ୍ୟକ। ସେହିଭଳି ପୋଷ୍ଟ୍‍ ଗ୍ରାଜୁଏସନ୍‌ କୋର୍ସରେ ଆଡ଼୍‍ମିସନ୍‌ ନେବା ଲାଗି ଆପଣ କୌଣସି ଏକ ବିଷୟରେ ସ୍ନାତକ ହେବା ଜରୁରୀ।

ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ୍‌ ଟେକ୍ନୋଲୋଜି (ନିଫ୍‌ଟ) ଏଥିପାଇଁ ସବୁଠୁ ବଡ଼ ଶିକ୍ଷାନୁଷ୍ଠାନ। ନିଫ୍‌ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ଆଡ଼ମିସନ୍‌ ପାଇଁ ଲିଖିତ ପରୀକ୍ଷା, ଗ୍ରୁପ୍‌ ଡ଼ିସକସନ୍‌ ଓ ପର୍ସନାଲ୍‌ ଇଣ୍ଟରଭ୍ୟୁ ଆଦି ମଧ୍ୟ ଦେଇ ଗତି କରିବାକୁ ପଡ଼ିବ। ଫ୍ୟାଶନ୍‌ ଡ଼ିଜାଇନିଂର କ୍ଷେତ୍ର ୨ଟି ବ୍ରାଞ୍ଚରେ ବିଭାଜିତ। ଏଗୁଡ଼ିକ ହେଲା ଗାର୍ମେଣ୍ଟ ଡ଼ିଜାଇନ୍‌ ଓ ଆକ୍ସେସରିଜ୍ ଆଣ୍ଡ ଜୁଏଲାରୀ ଡ଼ିଜାଇନ୍‌।

ନିଯୁକ୍ତି ସୁଯୋଗ: କୋର୍ସ ସରିବା ପରେ ଆପଣ ବଡ଼ ବଡ଼ ଫ୍ୟାଶନ୍‌ ହାଉସ, ଡ଼ିଜାଇନ୍ ହାଉସ୍, ପୋଷାକ ତିଆରି କାରଖାନା,  ବ୍ରାଣ୍ଡେଡ୍ କ୍ଲଥିଂ କମ୍ପାନୀ, ଲେଦର୍ କମ୍ପାନୀ, ଜୁଏଲାରୀ ହାଉସ୍‌ରେ  ଫ୍ୟାଶନ୍ ଡ଼ିଜାଇନର୍, ମର୍ଚ୍ଚେଣ୍ଡାଇଜିଂ ଏକ୍‌ଜ୍ୟୁକେଟିଭ୍, ଇଲୁଷ୍ଟ୍ରେଟର୍, ଫ୍ୟାଶନ୍ କୋ – କୋର୍ଡିନେଟର୍  ଆଦି ପଦବୀରେ ନିଯୁକ୍ତି ପାଇପାରିବେ।

ଏହାବ୍ୟତୀତ ଆଜିକାଲି ବଡ଼ ବଡ଼ ସେଲେବ୍ରିଟିମାନେ ନିଜର ପର୍ସନାଲ ଫ୍ୟାଶନ୍‌ ଡିଜାଇନର ରଖିବାକୁ ପସନ୍ଦ କରୁଛନ୍ତି। ଏମାନଙ୍କ ଡିମାଣ୍ଡ ଅନେକ ରହିଛି। ଏଥିରେ ଆପଣ ନିଜର ଅଭିଜ୍ଞତା ଓ ସୃଜନଶୀଳତା ବା କ୍ରିଏଟିଭିଟି ଅନୁଯାୟୀ ଭଲ ଦରମା ପାଇ ପାରିବେ।

ଏହି କ୍ଷେତ୍ରରେ ବଡ଼ ବଡ଼ ଡିଜାଇନରମାନେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି। ଆଉ କିଛି ନାମୀଦାମୀ ଡିଜାଇନର ଯେପରିକି ମନୀଷ ମଲହୋତ୍ରା, ସବ୍ୟସାଚୀଙ୍କ ଭଳି ବଡ଼ ବଡ଼ ବଲିଉଡ ଡିଜାଇନର  ଫ୍ୟାଶନ୍‌ ଡିଜାଇନିଂ କରି କୋଟି କୋଟି ଟଙ୍କା ଆୟ କରୁଛନ୍ତି। ଏସବୁବ୍ୟତୀତ ଆପଣ ଘରୋଇ ଭାବେ ଫ୍ୟାଶନ୍‌ ବୁଟିକ୍ ଖୋଲି ମଧ୍ୟ ଭଲ ଅର୍ଥ ରୋଜଗାର କରିପାରିବେ।

ଭାରତର ଟପ୍‌ ଫ୍ୟାଶନ୍‌ ଇନ୍‌ଷ୍ଟିଚ୍ୟୁଟ୍:

୧) ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଫ୍ୟାଶନ୍‌ ଟେକ୍ନୋଲୋଜି(ନୂଆଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଭୁବନେଶ୍ୱର, ବାଙ୍ଗାଲୋର, ହାଇଦ୍ରାବାଦ୍)

୨) ପର୍ଲ ଏକାଡେମୀ (ନୂଆଦିଲ୍ଲୀ, ଜୟପୁର)

୩) ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍  ଫ୍ୟାଶନ୍ ଟେକ୍ନୋଲୋଜି (ନୂଆଦିଲ୍ଲୀ)

୪) ଆଇଇସି ସ୍କୁଲ ଅଫ୍ ଆର୍ଟ ଏଣ୍ଡ ଫ୍ୟାଶନ୍ (ନୂଆଦିଲ୍ଲୀ)

୫) ଗ୍ଲୋବାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି(କୋଲକାତା)

୬) ଜେଡି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଫ୍ୟାଶନ୍‌ ଟେକ୍ନୋଲୋଜି (ନୂଆଦିଲ୍ଲୀ, ଭୁବନେଶ୍ୱର)



from Odisha Reporter https://ift.tt/2FfcVZD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages