
ଆବଶ୍ୟକ ସାମଗ୍ରୀ: ବୋନ୍ଲେସ୍ ଚିକେନ୍, କସ୍ତୁରୀ ମେଥି, କଞ୍ଚା ଅଣ୍ଡା, ଅଦା ରସୁଣ ବଟା, ଲେମ୍ବୁ ରସ, ଚିଲି ପାଉଡ଼ର, ଧନିଆ ପାଉଡ଼ର, ଜିରା ପାଉଡ଼ର, କଳା ଲୁଣ, ଚାଟ ମସଲା, ତେଲ, ଚିଜ୍, କାଜୁ ବଟା, ଫ୍ରେସ୍ କ୍ରିମ୍, ଧଳା ଗୋଲମରିଚ, ଧଣିଆ ପତ୍ର ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲଭାବେ ଧୋଇ ପରିଷ୍କାର କରି ଏକ ବାଉଲରେ ରଖନ୍ତୁ। ଏବେ ଏଥିରେ ଅଦା ରସୁଣ ବଟା, ଲେମ୍ବୁ ରସ, ଚିଲି ପାଉଡ଼ର, ଧନିଆ ପାଉଡ଼ର, ଜିରା ପାଉଡ଼ର, କଳା ଲୁଣ, ଚାଟ ମସଲା, ତେଲ, ଚିଜ୍, କାଜୁ ବଟା, ଫ୍ରେସ୍ କ୍ରିମ୍, ଧଳା ଗୋଲମରିଚ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏହି ମିଶ୍ରଣରୁ ଚିକେନ ଖଣ୍ଡକୁ ଆଣି ତନ୍ଦୁର ସିକ୍ରେ ସେକନ୍ତୁ। ୧୦ ମିନିଟ ପରେ ଏହାକୁ ବାହାର କରିଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ କଞ୍ଚା ଅଣ୍ଡା, କସ୍ତୁରୀ ମେଥି, କଳା ଲୁଣ ଓ ଅଳ୍ପ ଧନିଆ ପତ୍ର ପକାଇ ଫେଣ୍ଟିଦିଅନ୍ତୁ। ଏବେ ଏହି ମିଶ୍ରଣକୁ ସେକା ହୋଇଥିବା ଚିକେନ୍ ଖଣ୍ଡରେ ଲେପ ଦେଇ ପୁଣି ତନ୍ଦୁର ସିକ୍ରେ ସେକନ୍ତୁ। ଚିକେନ୍ ସିଝିଗଲେ ଏହାକୁ ଏକ ପ୍ଲେଟ୍କୁ କାଢ଼ିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘କସ୍ତୁରୀ କବାବ’। ଏହା ଉପରେ ଚାଟ ମସଲା, କଟା ପିଆଜ ରଖି ପରଷନ୍ତୁ ଗରମା ଗରମ ‘କସ୍ତୁରୀ କବାବ’।
from Odisha Reporter https://ift.tt/2HjZBWy
No comments:
Post a Comment