
ସମ୍ବଲପୁର (ସଞ୍ଜୟ ଜେନା): ବରଗଡ଼-ସମ୍ବଲପୁର ରାସ୍ତାର ଚକୁଳିଠାରେ ଏକ ଟ୍ରକ୍କୁ ଏକ ବସ୍ ଧକ୍କା ଦେବା ଫଳରେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ସମସ୍ତ ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।
ବରଗଡ଼ ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରୁଥିବା ଏହି ଘରୋଇ ବସ୍ଟି ଗତକାଲି ରାତି ପ୍ରାୟ ୮ଟା ସମୟରେ ବରଗଡ଼ରୁ ଫେରୁଥିବା ବେଳେ ଏକ ଟ୍ରକ୍କୁ ଧକ୍କା ଦେଇଥିଲା।
ବସ୍ରେ ପ୍ରାୟ ୪୦ଜଣ ଯାତ୍ରୀ ଥିଲେ। ଭାରସାମ୍ୟ ହରାଇ ବସ୍ଟି ଟ୍ରକ୍କୁ ପିଟିଥିବା ଜଣାପଡ଼ିଛି।
from Odisha Reporter https://ift.tt/2H6h0Tj
No comments:
Post a Comment