
ଜୟପୁର (ଟି.ଗୌରୀଶଙ୍କର): ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କୋଟପାଡ଼ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ପଦ୍ମିନୀ ଦିଆନ୍ ଶାଢ଼ି ବାଣ୍ଟୁଥିବା ଅଭିଯୋଗ ହୋଇଛି। ସେ କୋରାପଟ ଜିଲ୍ଲା କୋଟପାଡ ନିର୍ବାଚନମଣ୍ଡଳୀର ବୈପାରୀଗୁଡ଼ା, କୁନ୍ଦୁରା ଓ କୋଟପାଡ ବ୍ଲକର ବିଭିନ୍ନ ଗାଁରେ ମହିଳା ଭୋଟରଙ୍କୁ ଶାଢ଼ି ବାଣ୍ଟିଥିବା ଅଭିଯୋଗ ହେଉଛି। ଏହି ଫଟୋ ଗୁଡ଼ିକ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ବିବାଦ ଘେରରେ ପଡ଼ିଛନ୍ତି ପଦ୍ମିନୀ ଦିଆନ୍।

ଆଜି ସେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ଗଣମାଧ୍ୟମପ୍ରତିନିଧିମାନେ ଶାଢ଼ି ବାଣ୍ଟିବା ନେଇ ପ୍ରଶ୍ନ କରିଥିଲେ। ମାତ୍ର ଏହି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ମୁଁ ଶାଢ଼ି ବାଣ୍ଟିନାହିଁ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2FqSRDH
No comments:
Post a Comment