
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ, ପୁଅ ଅଖିଲେଶ ଯାଦବ ଓ ପ୍ରତୀକ ଯାଦବଙ୍କ ଅଡ଼ୁଆ ବଢ଼ିଛି। ଏମାନଙ୍କ ବିରୋଧରେ ଆସିଥିବା ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ଯେଉଁ ତଦନ୍ତ କରୁଥିଲା, ତା’ର ସ୍ଥିତାବସ୍ଥା ରିପୋର୍ଟ ଆଜି ସୁପ୍ରିମକୋର୍ଟ ମାଗିଛନ୍ତି।
୨୦୦୭ ମାର୍ଚ୍ଚ ୧ରେ ସୁପ୍ରିମକୋର୍ଟ ସିବିଆଇକୁ ଏହି ମାମଲାର ତଦନ୍ତ କରିବାକୁ କହିଥିଲେ। ହେଲେ ଆଜି ଯାଏ ମାମଲାରେ କ’ଣ ସବୁ ତଦନ୍ତ ହୋଇଛି, ତା’ର ରିପୋର୍ଟ ସିବିଆଇ ଦେଇନାହିଁ।
ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ସିବିଆଇକୁ ଏହି ମାମଲାରେ ରିପୋର୍ଟ ଦେବାକୁ ୨ ସପ୍ତାହ ସମୟ ଦେଇଛନ୍ତି। ଦୀର୍ଘ ଦିନ ହେଲା ମାମଲାରେ କୌଣସି ତଥ୍ୟ ସାମ୍ନାକୁ ଆସୁ ନଥିବାରୁ କଂଗ୍ରେସ ନେତା ବିଶ୍ୱନାଥ ଚର୍ତୁବେଦୀ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଆଜି ଏହାର ଶୁଣାଣି କରି ଏଭଳି ରୁଲିଂ ଦେଇଛନ୍ତି।
ପ୍ରଥମେ ଅଖିଲେଶ, ମୁଲାୟମ, ପ୍ରତୀପ ଓ ଡିମ୍ପଲ ଯାଦବଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିଲା। ତେବେ ୨୦୧୨ରେ ସୁପ୍ରିମକୋର୍ଟ ଡିମ୍ପଲ ଯାଦବଙ୍କ ବିରୋଧରେ ତଦନ୍ତ ନ କରିବାକୁ କହିଥିଲେ। ହେଲେ ଅନ୍ୟ ୩ ଜଣଙ୍କ ବିରୋଧରେ ସିବିଆଇକୁ ତଦନ୍ତ କରିବାକୁ କହିଥିଲେ। କିନ୍ତୁ ଆଜି ଯାଏ ସିବିଆଇ ଏହାର କୌଣସି ରିପୋର୍ଟ ଦାଖଲ କରିନାହିଁ।
from Odisha Reporter https://ift.tt/2FzW9Wt
No comments:
Post a Comment