ଖରାରେ ହଜିଯାଉଛି ଚେହେରାର ଚମକ, ଆପଣାନ୍ତୁ କିଛି ଘରୋଇ ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ଖରାରେ ହଜିଯାଉଛି ଚେହେରାର ଚମକ, ଆପଣାନ୍ତୁ କିଛି ଘରୋଇ ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):   ମୁହଁରେ ଚମକ ଆଣିବାକୁ ଓ ସୁନ୍ଦର ଦେଖାଯିବାକୁ ସମସ୍ତଙ୍କ ଇଚ୍ଛା ଥାଏ । ହେଲେ ଆଜିକାଲିର ଧାଁଦୌଡ ଜୀବନରେ ନିଜ ଶରୀର ଓ ତ୍ୱଚାର ଯତ୍ନ ନେବା କଷ୍ଟକର ହୋଇପଡୁଛି। ଖରାଦିନେ ଶରୀରରୁ ଅଧିକ ଝାଳ ବାହାରୁଥିବାରୁ ତ୍ୱଚାର ଚମକ ହଜିଯାଉଛି । ବାହାରେ ଏତେ ମାତ୍ରାରେ ପ୍ରଦୂଷଣ ହେଉଛି ଯେ,  ପ୍ରାୟତଃ ସମସ୍ତଙ୍କର ବ୍ରଣ ସମସ୍ୟା ରହୁଛି। ଯଦି ଆପଣ ବି ଏହି ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏଥିପାଇଁ ବହୁ ଚିନ୍ତିତ ଅଛନ୍ତି, ତେବେ ଆଉ ବେଶି ଭାବିବା ଦରକାର ନାହିଁ। ଆପଣ ଘରେ ଏପରି କିଛି ପାନୀୟ ପ୍ରସ୍ତୁତ କରି ପିଅନ୍ତୁ ଯାହା ଦ୍ୱାରା ଚେହେରାର ଚମକ ଫେରି ଆସିବ। ଆସନ୍ତୁ ଜାଣିବା ଏହି ଟିପ୍ସ ସମ୍ପର୍କରେ।

 ପାଣି

ଦିନର ଆରମ୍ଭ ପାଣି ପିଇବାଠୁ କରିବା ଆବଶ୍ୟକ।  ସକାଳେ ଉଠି ହାଲକା ଉଷୁମ ପାଣି ପିଇବା ଦରକାର। ଏହାଦ୍ୱାରା ଚେହେରା ଉଜ୍ୱଳ ଦେଖାଯାଇଥାଏ।   ପାଣି ପିଇବା ଦ୍ୱାରା  ଶରୀରରୁ ଅପରିଷ୍କାର ଜିନିଷ ନିର୍ଗତ ହୋଇଯାଇଥାଏ। ଏହାଦ୍ୱାରା ଆପଣ ନିଜ ଚେହେରାରେ ଚମକ ଅନୁଭବ କରି ପାରିବେ ।

ଡାଲଚିନି

ଡାଲଚିନି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ମୋଟାପା କମାଇଥାଏ।  ଆପଣ ସକାଳେ ଉଷୁମ ପାଣି ପିଇବା ନିମନ୍ତେ ଗରମ କରିବା ସମୟରେ ଏକ ଛୋଟ ଖଣ୍ଡ ଡାଲଚିନିକୁ ପାଣିରେ ପକାଇ ଦିଅନ୍ତୁ। ଏହା ରାମବାଣ ସଦୃଶ କାମ କରିବ। ଏହାକୁ ନିୟମିତ ଭାବେ କିଛି ଦିନ ପିଇଲେ ଆପଣଙ୍କ ତ୍ୱଚା କୋମଳ ହେବା ସହ ଉଜ୍ୱଳ ଦେଖାଯିବ।

ଷ୍ଟ୍ରବେରୀ

ଷ୍ଟ୍ରବେରୀ ଜୁସ୍‌ରେ ପାଣି ମିଶାଇ ପିଇଲେ ଚେହେରାରେ ଦେଖାଯାଉଥିବା ଦାଗ ଧପ୍ପା କମ୍‌ ହୋଇଯାଇଥାଏ। ଏହାର ରସ ନିୟମିତ ସେବନ କରିବା ଦ୍ୱାରା ଚେହେରାର ଦାଗ ସମ୍ପୂର୍ଣ୍ଣ ଲିଭିଯାଏ।  ମୁହଁ ପୂରା ଉଜ୍ଜ୍ୱଳ ଦିଶେ। ଏଥିରେ ଭିଟାମିନ୍‌ ସି ଓ ଆଣ୍ଟି ଅକ୍ସିଡେଣ୍ଟ ଭରପୂର ରହିଛି। ଯାହା ଚେହେରାରେ ଗ୍ଲୋ ଆଣିବାରେ ସାହାଯ୍ୟ କରେ।

ମହୁ

ଏହା ଶରୀରର ବ୍ୟାକ୍ଟେରିଆ ସହ ଲଢିବାକୁ ସବୁବେଳେ ପ୍ରସ୍ତୁତ ଥାଏ। ଏହାକୁ ଉଷୁମ ପାଣିରେ ମିଶାଇ ସକାଳୁ ପିଇଲେ ପେଟ ଚର୍ବି କମିଥାଏ।  ଏହାବ୍ୟତୀତ ଏହାକୁ ମୁହଁରେ ଲଗାଇବା ଦ୍ୱାରା ଚମକ ଆସିଥାଏ।

ପୁଦିନା

ପେଟ ସମ୍ୱନ୍ଧୀୟ ଯାବତୀୟ ପ୍ରୋବଲେମ୍‌ ଲାଗି ପୁଦିନା ପାଣି ଏକ ମହୌଷଧୀ ସଦୃଶ। ଏଥିସହ ଏହାକୁ ନିୟମିତ ଭାବେ ପିଇଲେ ଚେହେରାର ଚମକ ଅତୁଟ ରହିଥାଏ।

ଲେମ୍ବୁ

ଖାଲି  ପାଣି ପିଇବା ଅପେକ୍ଷା ସେଥିରେ କେଇବୁନ୍ଦା ଲେମ୍ୱୁ ରସ ମିଶାଇ ଦିଅନ୍ତୁ। ଦେଖିବେ ତାହାର ଫାଇଦା ବହୁ ଗୁଣରେ ବଢିଯିବ। ଏହାଦ୍ୱାରା କେବଳ ଯେ, ପାଚନ ପ୍ରକ୍ରିୟା ତ୍ୱରିତ ହୋଇଥାଏ ତାହା ନୁହେଁ ଶରୀରରେ ଥିବା ଅପରିଷ୍କାର ଜିନିଷ ଝାଳ ହୋଇ ନିର୍ଗତ ହୋଇଯାଇଥାଏ।

 



from Odisha Reporter https://ift.tt/2U5jBDG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages