
ନୂଆଦିଲ୍ଲୀ:ଭିଭିପ୍ୟାଟ ସଂଖ୍ୟା ବଢ଼ାଇବା ପ୍ରସଙ୍ଗରେ ନିର୍ବାଚନ କମିଶନ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଭିଭିପ୍ୟାଟର ସଂଖ୍ୟା ବୃଦ୍ଧି କରିବାର କୌଣସି ଆବଶ୍ୟକତା ନାହିଁ କିମ୍ବା ଭୋଟ ଗଣତି ପୂର୍ବରୁ ଇଭିଏମରେ ଓ ଭିଭିପ୍ୟାଟରେ ଥିବା ୫୦ ପ୍ରତିଶତ ଭୋଟ ସହ ମିଳାଇ ହେବନି ବୋଲି କହି ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।
୨୧ଟି ବିରୋଧୀ ଦଳ ମାର୍ଚ୍ଚ ୧୪ରେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇ ଭୋଟ ଗଣତି ପୂର୍ବରୁ ୫୦ ପ୍ରତିଶତ ଭିଭିପ୍ୟାଟ ସହ ଇଭିଏମ ଭୋଟକୁ ମିଳାଇବା ପାଇଁ ଆବେଦନ କରିଥିଲେ। ଏହାପରେ ଭିଭିପ୍ୟାଟ ସଂଖ୍ୟା କାହିଁକି ଅଧିକ ବଢ଼ାଇପାରିବ ନାହିଁ ବୋଲି ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଥିଲେ ପ୍ରଧାନ ବିଚାରପତି। ଏହାପରେ ନିର୍ବାଚନ ଅଧିକାରୀ ସୁଦୀପ ଜୈନ କହିଥିଲେ, ଏହାର କୌଣସି ଆବଶ୍ୟକତା ନାହିଁ। ତେବେ ଏ ନେଇ ଏକ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧ରେ ହେବ ବୋଲି ଗତ ୨୫ ତାରିଖ ଦିନ ସୁପ୍ରିମକୋର୍ଟ କହିଥିଲେ।
from Odisha Reporter https://ift.tt/2FyYqQn
No comments:
Post a Comment