ମହା ଶିବରାତ୍ରୀରେ ବନାନ୍ତୁ ସୁଆଦିଆ ସାଗୁ ଖିରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ମହା ଶିବରାତ୍ରୀରେ ବନାନ୍ତୁ ସୁଆଦିଆ ସାଗୁ ଖିରି

ସାଗୁ ଖାଇବାକୁ ଅନେକ ନାପସନ୍ଦ କରିଥାନ୍ତି। ହେଲେ ଏଥିରେ ପ୍ରସ୍ତୁତ ସୁଆଦିଆ ଖିରି ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା ହୋଇଥାଏ। ସାଗୁକୁ କେବଳ ପୂଜା ବ୍ରତରେ ନୁହେଁ ଯେକୌଣସି ପୂଜାପର୍ବାଣୀରେ କିମ୍ବା ଘରକୁ ଗେଷ୍ଟ ଆସିଲେ ମଧ୍ୟ କରି ଖାଇବାକୁ ଦେଇ ପାରିବେ। ଏହା ଦେହ ପାଇଁ ବହୁତ ଭଲ ହୋଇଥିବା ବେଳେ ଏହାକୁ ଖାଇଲେ ଇନଷ୍ଟାଣ୍ଟ ଏନର୍ଜି ମଧ୍ୟ ମିଳିଥାଏ।

ସାଗୁ ଖିରି ଲାଗି ଆବଶ୍ୟକ ସାମଗ୍ରୀ
ସାଗୁ- ହାଫ୍‌ କପ୍‌
ଗ୍ରୀନ ଗୁଜୁରାତି- ୬ଟି
ଦେଶୀ ଘିଅ-୧ ଚାମଚ୍‌
ମିଲ୍କ ମେଡ- ୧୦୦ ଗ୍ରାମ
କ୍ଷୀର-୧.୫ ଲିଟର
ପାଣି- ୧ କପ୍‌
କିଛି କାଜୁ ଖଣ୍ଡ, ପିସ୍ତା, କେଶର

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ସାଗୁକୁ ବତୁରାଇ ୨ ଘଣ୍ଟା ରଖି ଦିଅନ୍ତୁ। ଏହାପରେ ଭଲ ଭାବେ ୪ ରୁ ୫ ଥର ଧୋଇ ଦେବେ । ଏହାପରେ ଗ୍ୟାସ ଉପରେ ଏକ ପ୍ରେସର କୁକୁର ବସାଇ ସେଥିରେ ହାଫ ଲିଟର କ୍ଷୀର ଢାଳନ୍ତୁ । ସେଥିରେ ଏକ କପ୍‌ ପାଣି ଢାଳନ୍ତୁ। ଗ୍ୟାସର ଫ୍ଲେମକୁ ମିଡିୟମ ଆଞ୍ଚରେ ରଖି କ୍ଷୀର ଫୁଟିବାକୁ ଛାଡି ଦିଅନ୍ତୁ। ଖିରି ଫୁଟିବା ଆରମ୍ଭ କଲେ ସେଥିରେ ବତୁରାଇଥିବା ସାଗୁକୁ ପକାଇ ଦିଅନ୍ତୁ। ଏହାକୁ କିଛି ସମୟ ଘାଣ୍ଟିବା ପରେ କଭର କରି ମିଡିୟମ ଆଞ୍ଚରେ ୨ଟି ହୁଇସିଲ୍‌ ଆସିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ପରେ ଗ୍ୟାସ ବନ୍ଦ କରି କଭର ଖୋଲିବା ଯାଏ ଅପେକ୍ଷା କରନ୍ତୁ। ଏହାପରେ ଆଉ ଏକ ଚୁଲାରେ ଏକ ଛୋଟ କଢେଇ ବସାନ୍ତୁ। ସେଥିରେ ଦେଶୀ ଘିଅ ଢାଳି ଡ୍ରାଏ ଫ୍ରୁଟସ୍‌କୁ ହାଲକା ଭାଜି ଦିଅନ୍ତୁ। ଏହାପରେ ପ୍ରେସର କୁକରର କଭର ଖୋଲିଯିବା ପରେ ତାହା ସିଝିଛି କି ନାହିଁ ଚେକ୍‌ କରି ଦିଅନ୍ତୁ। ଏହାପରେ ସେଥିରୁ ପୂର୍ବରୁ ଭଜା ହୋଇଥିବା ଡ୍ରାଏ ଫ୍ରୁଟସ୍‌, ମିଲ୍କ ମେଡ, ଗୁଜୁରାତି ଗୁଣ୍ଡ, କ୍ଷିର ମିଶା କେଶର ପକାଇ ଫୁଟିବାକୁ ଛାଡି ଦିଅନ୍ତୁ। ମଝିରେ ମଝିରେ ତାହାକୁ ଘାଣ୍ଟନ୍ତୁ। ତାହା ଫୁଟି ବହଳ ହେବା ପରେ ଗ୍ୟାସ ବନ୍ଦ କରି ଗରମାଗରମ ତାହାକୁ ପ୍ଲେଟରେ ସର୍ଭ କରନ୍ତୁ।



from Odisha Reporter https://ift.tt/2Vz6N4O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages